ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କୁ ଝଟକା । ଦୁର୍ନୀତି ମାମଲାରେ ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଜେରା କରିବାକୁ ଇଡିଙ୍କୁ ଅନୁମତି ଦେଲା ଦିଲ୍ଲୀ କୋର୍ଟ । ଆଇଏନଏକ୍ସ ମିଡିଆ ମାମଲାରେ ଇଡି ଟିମ ତିହାର ଜେଲ ଯାଇ ଚିଦାମ୍ବରମଙ୍କୁ ଜେରା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଉଜ ଏଭେନ୍ୟୁ କୋର୍ଟ ।
ଚିଦାମ୍ବରମଙ୍କୁ ପୁଣି ଝଟକା, ଖୁବଶୀଘ୍ର ଗିରଫ କରିପାରେ ଇଡି - ଜେରା ପାଇଁ ଇଡ଼ିକୁ ଅନୁମତି
ଜେରାର ସମ୍ମୁଖୀନ ହେବେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ । ଜେରା ପାଇଁ ଇଡ଼ିକୁ ଅନୁମତି ଦେଇଛି ଦିଲ୍ଲୀ କୋର୍ଟ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ଚିଦାମ୍ବରମ ।
ଡ଼ିଜାଇନ୍ ଫଟୋ
ତିହାର ଜେଲ ଯାଇ ଇଡି ଟିମ ତାଙ୍କୁ ପଚରାଉଚୁରା କରିବା ସହ ଆବଶ୍ୟକସ୍ଥଳେ ଗିରଫ କରିବାକୁ କହିଛନ୍ତି କୋର୍ଟ । ସେହିପରି ତାଙ୍କୁ ଗିରଫ କରିବାର କାରଣ ବି ଜେଲ କର୍ତ୍ତୃପକ୍ଷଙ୍କୁ ଦର୍ଶାଇବ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । ଗିରଫର 24 ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରି ହେପାଜତକୁ ନେବ ଇଡି । ବୁଧବାର ସକାଳ 8ଟାରେ ତିହାର ଜେଲରେ ପହଞ୍ଚିବ ଇଡି ଟିମ ।
ଆଇଏନଏକ୍ସ ମିଡିଆ ମାମଲାରେ ତିହାର ଜେଲରେ ଅଛନ୍ତି ଚିଦାମ୍ବରମ । ପଦରେ ଥିବା ସମୟରେ 2007ରେ 305 କୋଟି ଅର୍ଥ ନେଣଦେଣ ମାମଲାରେ ବିଦେଶ ପୁଞ୍ଜି ନିବେଶ ପ୍ରୋତ୍ସାହନ ବୋର୍ଡରୁ ଅନୁମତି ଆଣିଥିଲେ ଚିଦାମ୍ବରମ ।