ନୂଆଦିଲ୍ଲୀ: ଇଡି ପକ୍ଷରୁ ତବଲିଗ ଜମାତ ନେତା ମୌଲାନା ସାଦଙ୍କ ନାମରେ ଅର୍ଥ ହେରଫେର ମାମଲା ରୁଜୁ । ଏହା ସହ ଜମାତ ସହ ଜଡିତ ଥିବା ଟ୍ରଷ୍ଟଗୁଡିକ ନାମରେ ମାମଲା ମଧ୍ୟ ହୋଇଛି।
ତବଲିଗ ମୁଖ୍ୟଙ୍କ ନାଁରେ ଇଡିର ଅର୍ଥ ହେରଫେର ମାମଲା ରୁଜୁ - ତବଲିଗ ମୁଖ୍ୟଙ୍କ ନାଁରେ ମନି ଲଣ୍ଟ୍ରିଂ ମାମଲା ରୁଜୁ
ତବଲିଗ ଜମାତ ନେତା ମୌଲାନା ସାଦଙ୍କ ନାମରେ ଇଡି ପକ୍ଷରୁ ମନି ଲଣ୍ଟ୍ରିଂ ମାମଲା ରୁଜୁ । ପୂର୍ବରୁ ଦାୟର ହୋଇଛି ଅନେକ ମାମଲା । ଅଧିକ ପଢନ୍ତୁ...
![ତବଲିଗ ମୁଖ୍ୟଙ୍କ ନାଁରେ ଇଡିର ଅର୍ଥ ହେରଫେର ମାମଲା ରୁଜୁ ତବଲିଗ ମୁଖ୍ୟଙ୍କ ନାଁରେ ଇଡିର ମନି ଲଣ୍ଟ୍ରିଂ ମାମଲା ରୁଜୁ](https://etvbharatimages.akamaized.net/etvbharat/prod-images/768-512-6823354-178-6823354-1587093298705.jpg)
ଏହା ପୂର୍ବରୁ ତାଙ୍କ ନାମରେ ଅନେକ ମାମଲା ରୁଜୁ ହୋଇଛି । ସାଦ ଓ ତାଙ୍କର 6 ସହଯୋଗୀଙ୍କ ବିରାଧରେ ହତ୍ୟା ମାମଲା ମଧ୍ୟ ଦାୟର କରାଯାଇଛି । ତବଲିଗ ମୁଖ୍ୟ ଓ ତାଙ୍କ ସହଯୋଗୀଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ଭାରତର ସବୁଠାର ବଡ କୋରୋନା କ୍ଲଷ୍ଟର ପାଲଟିଛି । ଗତମାସରେ ଦିଲ୍ଲୀ ଠାରେ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିଲା । ଫଳରେ ଅନେକ ଲୋକେ କୋରୋନା ସଂକ୍ରମିତ ହେବା ସହ ଅନେକ ମୃତ୍ୟୁବରଣ କରିଥିଲେ । ଯଦ୍ବାରା ଏମାନଙ୍କ ନାମରେ ଆଇପିସି ଧାରା 304 ଆଧାରରେ ବେପରୁଆ ହତ୍ୟା ମାମଲା ରୁଜୁ କରାଯାଇଛି ।
ଏହି କାର୍ଯ୍ୟକ୍ରମ ସାମିଲ ହୋଇଥିବା ବହୁ ବିଦେଶୀ ଯେଉଁମାନେ ଭିସା ନିୟମ ଉଲ୍ଲଙ୍ଘନ କରିଥିବା ନେଇ ମଧ୍ୟ ମାମଲା ହୋଇଛି । ଏହା ସହ ବିଦେଶରୁ ଆସିଥିବା ବ୍ୟକ୍ତି ସହ ଭାରତୀୟଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା ।