ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଳାତକ ମେହୁଲ ଚୋକସୀଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଛି । ସେ କିପରି ହୀରା କାରବାର କରି ଭାରତ, ଦୁବାଇ ଓ ଆମେରିକାର ଗ୍ରାହକ ତଥା ଋଣଦାତାଙ୍କୁ ଠକିବା ପାଇଁ ଏକ ସଂଗଠିତ ରାକେଟ ଚଳାଇଥିଲା, ତାହା ସ୍ପଷ୍ଟ କରାଯାଇଛି ।
ଚାର୍ଜସିଟର ଉଦ୍ଦେଶ୍ୟ ହେଉଛି ଏଣ୍ଟିଗୁଆ ଓ ବାରବୁଦାରୁ ଚୋକସୀଙ୍କ ଭାରତ ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା । ଜଣେ ଅଧିକାରୀଙ୍କ କହିବାନୁସାରେ, କିଛି ଦିନ ପୂର୍ବେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । 13,500 କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ଚୋକସି ଓ ନିରବ ମୋଦୀ ସହ ଏଣ୍ଟିଗୁଆ ଓ ବାରବୁଦାର ନାଗରିକ ହୋଇଥିଲେ । ଅନୁସନ୍ଧାନକାରୀ କହିଛନ୍ତି ଯେ ଗିରଫ ନହେବା ପାଇଁ ଚୋକସୀ ଦେଶ ଛାଡି ପଳାଇଥିଲେ ମଧ୍ୟ ସେ ଦାବି କରିଛନ୍ତି ଯେ ଜାନୁଆରୀ 2018 ରେ ସେ ବାଇପାସ୍ ସର୍ଜରୀ କରିବାକୁ ଭାରତ ଛାଡିଛନ୍ତି ଓ ତାଙ୍କୁ ଦୋଷୀ ସାବ୍ୟସ୍ତ ନକରାଯାଉ । PNB ଠକେଇ ମାମଲାରେ ଚୋକସୀ ଓ ଅନ୍ୟମାନଙ୍କ ଭୂମିକାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଇଡି ପୂର୍ବରୁ 2018 ରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା ।