ଓଡିଶା

odisha

ETV Bharat / bharat

ପ୍ଲାଷ୍ଟିକ ବୋତଲରୁ ଇକୋ-ଇଟା, ନିର୍ମାଣ ହେଉଛି ପାଚେରୀ - ପ୍ଲାଷ୍ଟିକ ମୁକ୍ତ ଭାରତ

କାନ୍ଥ, ପାଚେରୀ ନିର୍ମାଣ ହେଉଛି ଇକୋ-ଇଟା । ଯାହା ପ୍ରସ୍ତୁତ ହେଉଛି ପ୍ଲାଷ୍ଟିକ ବୋତଲରୁ । ଇଟା ବଦଳରେ ବ୍ୟବହାର କରାଯାଉଛି ଏହି ଇଟା । ପଶ୍ଚିମବଙ୍ଗ ରାଜ୍ୟର ବିଷ୍ଣୁପୁରରେ ଇକୋ ଇଟାର ହେଉଛି ବ୍ୟବହାର । ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନରେ ପାଇଁ ଚାଲିଥିବା ଅଭିଯାନରେ ପଢନ୍ତୁ ସ୍ବତନ୍ତ୍ର ଉପସ୍ଥାପନା ।

single-use plastic
ପ୍ଲାଷ୍ଟିକ ବୋତଲରୁ ଇକୋ-ଇଟା, ନିର୍ମାଣ ହେଉଛି ପାଚେରୀ

By

Published : Jan 30, 2020, 7:59 AM IST

କୋଲକତା: ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି ଇଟା । ତାହା ପୁଣି ଏକକ ବ୍ୟବହୃତ ପ୍ଲାଷ୍ଟିକ ବୋତଲରୁ । ପଶ୍ଚିମବଙ୍ଗର ବିଷ୍ଣୁପୁର ପ୍ରଶାସନ ପକ୍ଷରୁ ନିଆଯାଇଛି ଏଭଳି ନିଆରା ପଦକ୍ଷେପ । ପ୍ରଶାସନର ଏପରି କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ଖେଳାଇ ଦେଇଛି । ଏଭଳି ସୁନ୍ଦର ପରିକଳ୍ପନା ପ୍ରଥମେ ବିଷ୍ଣୁପୁର ଉପ-ମଣ୍ଡଳ ଅଧିକାରୀ ମାନସ ମଣ୍ଡଳ କରିଥିଲେ । ସେ ପ୍ରଥମେ ପ୍ଲାଷ୍ଟିକ ବୋତଲ ଗୁଡିକୁ ଏକାଠି କରନ୍ତି, ପରେ ଇଟା ପ୍ରସ୍ତୁତ ପାଇଁ ସେଥିରେ ପ୍ଲାଷ୍ଟିକ ଜରି ଗୁଡିକୁ ଭର୍ତ୍ତି କରନ୍ତି ।

ପ୍ଲାଷ୍ଟିକ ବୋତଲରୁ ଇକୋ-ଇଟା, ନିର୍ମାଣ ହେଉଛି ପାଚେରୀ

ପ୍ଲାଷ୍ଟିକ ବୋତଲରେ ଜରି ଭର୍ତ୍ତି କରି ଟାଇଟ କରାଯାଏ । ପରେ ଏହି ବୋତଲ ଗୁଡିକ ଯେମିତି ଇଟା ରୂପେ ବ୍ୟବହାର କରାଯାଇପାରିବ । ମାନସ ଏହି କାମରେ ନିଜ ପୁଅକୁ ମଧ୍ୟ ସାମିଲ କରିଛନ୍ତି । ଧିରେ ଧିରେ ଏହି ପ୍ରୟାସ ସଫଳ ହେବା ପରେ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରୁଛନ୍ତି ।

ନିଜ ଅଫିସକୁ ସୁନ୍ଦର କରିବା ପାଇଁ ଇକୋ-ଇଟାର ବ୍ୟବହାର କରିଥିଲେ ମାନସ । ଆଉ ଏହି ଇଟାରେ ଅଫିସ ପରିସରରେ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଇକୋ-ଇଟା ପ୍ରସ୍ତୁତ ପାଇଁ ବନ୍ଦ ବୋତଲ ଓ ପ୍ଲାଷ୍ଟିକ ଜାରର ବ୍ୟବହାର କରାଯାଏ । ଏକକ ବ୍ୟବହୃତ ପ୍ଲାଷ୍ଟିକ ବୋତଲରେ ଜରି ଭର୍ତ୍ତି କରିବା ପରେ ତାହା ଶକ୍ତ ହୋଇଯାଏ । ଯାହାକୁ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହୋଇଥାଏ । ବିଷ୍ଣୁପୁର ପ୍ରଶାସନ ଏହି ଅଭିଯାନ ପ୍ରଥମେ ଶିକ୍ଷା ବିଭାଗରେ ଆରମ୍ଭ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details