ଓଡିଶା

odisha

By

Published : Nov 19, 2020, 8:37 PM IST

ETV Bharat / bharat

ଡିସେମ୍ବର 14ରେ ବିହାରରେ ରାଜ୍ୟସଭା ଉପନିର୍ବାଚନ

ବିହାରରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ଉପ-ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଆଶନ । ପଢନ୍ତୁ ଅଧିକ....

ଡିସେମ୍ବର 14ରେ ବିହାରରେ ରାଜ୍ୟସଭା ଉପନିର୍ବାଚନ,
ଡିସେମ୍ବର 14ରେ ବିହାରରେ ରାଜ୍ୟସଭା ଉପନିର୍ବାଚନ,

ନୂଆଦିଲ୍ଲୀ: ବିହାରରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ଉପ-ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗଙ୍କ ବିବୃତ୍ତି ଅନୁଯାୟୀ, ଡିସେମ୍ବର 14 ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ସେହି ଦିନ ଗଣନା କରାଯିବ । ଚଳିତବର୍ଷ ଅକ୍ଟୋବର 8ରେ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାସୱାନଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ରହିଛି ।

ତେବେ ମାତ୍ର କିଛି ଦିନ ବ୍ୟବଧାନ ପରେ ଏହି ଆସନରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ଆୟୋଗ । ଆୟୋଗ ଦ୍ବାରା ଜାରି କରାଯାଇଥିବା କାର୍ଯ୍ୟସୂଚୀ ଅନୁସାରେ ନଭେମ୍ବର 26 ରେ ଏହି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଡିସେମ୍ବର 7 ଶେଷ ତାରିଖ ହେବ ଏବଂ ଡିସେମ୍ବର 14 ସକାଳ 9 ଟାରୁ 4 ଟା ପର୍ଯ୍ୟନ୍ତ ମତଦାନ ହେବ। ଭୋଟ ଗଣତି ଅପରାହ୍ନ 5 ଟାରୁ ଆରମ୍ଭ ହେବ ।

ଏସବୁ ପ୍ରକ୍ରିୟା କୋଭିଡ-19 ନିୟମ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ନିର୍ବାଚନ ଆୟୋଗ ।

ବ୍ୟୁରୋ ରିପୋର୍ଟ, ଇିଟିଭି ଭାରତ

ABOUT THE AUTHOR

...view details