ଓଡିଶା

odisha

ETV Bharat / bharat

ଯୋଗୀଙ୍କୁ ମହଙ୍ଗା ପଡିବ 'ମୋଦି ସେନା' ମନ୍ତବ୍ୟ : ଇସି ମାଗିଲେ ରିପୋର୍ଟ - Adityanath

ଭାରତୀୟ ସେନାକୁ 'ମୋଦିଜୀଙ୍କ ସେନା' କହି ନିର୍ବାଚନ କମିଶନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ତାଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହେବା ଆସିବା ପରେ ନିର୍ବାଚନ କମିଶନ (ଇସି)ଗାଜିଆବାଦ ଜିଲା ମାଜିଷ୍ଟ୍ରେଟଙ୍କୁ ରିପୋର୍ଟ ମାଗିଛନ୍ତି । ରିପୋର୍ଟ ପାଇବା ପରେ ଇସି ଏହା ଉପରେ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି ।

ଡିଜାଇନ ଫଟୋ

By

Published : Apr 2, 2019, 12:44 PM IST

ଲକ୍ଷ୍ନୌ: ନିର୍ବାଚନ କମିଶନଙ୍କ ରାଡାରରେ ଧରା ପଡିଛନ୍ତି ଯୋଗୀ । ୟୁପି ସିଏମ୍‌ ଯୋଗୀ ଆଦିତ୍ୟନାଥ ବିବାଦରେ ଛନ୍ଦି ହୋଇଛନ୍ତି । ସୋମବାର ଏକ ନିର୍ବାଚନୀ ସଭାରେ ଭାରତୀୟ ସେନାକୁ 'ମୋଦିଜୀଙ୍କ ସେନା' କହି ନିର୍ବାଚନ କମିଶନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ତାଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହେବା ଆସିବା ପରେ ନିର୍ବାଚନ କମିଶନ (ଇସି)ଗାଜିଆବାଦ ଜିଲା ମାଜିଷ୍ଟ୍ରେଟଙ୍କୁ ରିପୋର୍ଟ ମାଗିଛନ୍ତି । ରିପୋର୍ଟ ପାଇବା ପରେ ଇସି ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।

ସୂଚନା ଅନୁସାରେ ସୋମବାର ଆଦିତ୍ୟନାଥ ଏକ ନିର୍ବାଚନୀ ସଭାରେ ଭାରତୀୟ ସେନାକୁ 'ମୋଦିଜୀଙ୍କ ସେନା' କହିଥିଲେ । ଏହାପରେ ଏହାକୁ ନେଇ ବିରୋଧୀ ଦଳ ଏହାକୁ ଭାରତୀୟ ସେନା ବାହିନୀର ଅପମାନ ହୋଇଥିବା କୁହାଯାଇଛି । ଏହାସହ ପୂର୍ବରୁ ନିର୍ବାଚନ କମିଶନ ଭାରତୀୟ ସେନାବାହିନୀ ମୁଦ୍ଦାକୁ ଲୋକସଭା ନିର୍ବାଚନରେ କୌଣସି ରାଜନୈତିକ ଦଳ ବ୍ୟବହାର ନକରିବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ । ଏଭଳି ସମୟରେ ଯୋଗୀଙ୍କର ଏହି ବୟାନକୁ ନେଇ ନିର୍ବାଚନ କମିଶନଙ୍କ ପଦକ୍ଷେପ କଣ ରହିବ ସେ ନେଇ ଚର୍ଚ୍ଚା ଚାଲିଛି ।

ଏଠାରେ ସୂଚନା ଯୋଗ୍ୟ ଯେ ସୋମବାର ଯୋଗୀ ଏକ ନିର୍ବାଚନୀ ରାଲିରେ କଂଗ୍ରେସ ଓ ବିଜେପିର ଶତ୍ରୁଭାବାପନ୍ନ ଦଳଙ୍କୁ ବିଭିନ୍ନ ପ୍ରସଙ୍ଗରେ କଟୁ କଥା କହିଥିଲେ । ସେ କହିଥିଲେ ଯେ କଂଗ୍ରେସ ଲୋକମାନେ ଆତଙ୍କବାଦୀଙ୍କୁ ବିରିୟାନୀ ଖୁଆଉଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସେନା ସେମାନଙ୍କୁ ଗୁଳି ଦେଉଛନ୍ତି। ଏହା ହେଉଛି ସେବେକାର ସରକାର ଓ ବର୍ତ୍ତମାନ ସରକାରଙ୍କର ମଧ୍ୟରେ ପାର୍ଥକ୍ୟ । କଂଗ୍ରେସର ଲୋକମାନେ ଆତଙ୍କବାଦୀଙ୍କ ନାମ ପୂର୍ବରୁ 'ଜୀ' ଲଗାଉଛନ୍ତି ଯାହା ଫଳରେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ମିଳୁଛି ।

ପରେ ଯୋଗୀଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ମମତା ବାନାର୍ଜୀ । ଏଭଳି କହିବା ସେନାବାହିନୀର ଅପମାନ ଓ ସେନାକୁ ବ୍ୟକ୍ତିକୈନ୍ଦ୍ରିକ କରୁଥିବ ଅଭିଯୋଗ କରିଛନ୍ତି ମମତା । ସେନା ଦେଶର ସମ୍ପତି ଏହା ନା ମୋଦିଙ୍କର ନା ଭାଜପାର ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

For All Latest Updates

ABOUT THE AUTHOR

...view details