ଓଡିଶା

odisha

ETV Bharat / bharat

ରାହୁଲଙ୍କ ମନ୍ତବ୍ୟ ନେଇ ଝାଡଖଣ୍ଡ ନିର୍ବାଚନ ଅଧିକାରୀଙ୍କୁ ଇସିଙ୍କ ରିପୋର୍ଟ ତଲବ - ରାହୁଲ ଗାନ୍ଧୀଙ୍କ 'ରେପ୍‌ ଇନ ଇଣ୍ଡିଆ' ମନ୍ତବ୍ୟ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ 'ରେପ୍‌ ଇନ ଇଣ୍ଡିଆ' ମନ୍ତବ୍ୟ ନେଇ ଝାଡଖଣ୍ଡର ମୁଖ୍ୟ  ନିର୍ବାଚନ ଅଧିକାରୀଙ୍କୁ  ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ ଆୟୋଗ ।

rahul gandhi
ଫାଇଲ ଫଟୋ

By

Published : Dec 16, 2019, 11:01 AM IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ 'ରେପ୍‌ ଇନ ଇଣ୍ଡିଆ' ମନ୍ତବ୍ୟ ନେଇ ଝାଡଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ ଆୟୋଗ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଅଭିଯୋଗ କ୍ରମେ ନିର୍ବାଚନ ଅଧିକାରୀଙ୍କୁ ଜବାବ ମାଗିଛନ୍ତି ଆୟୋଗ ।

ଝାଡଖଣ୍ଡରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ରାହୁଲ ଗାନ୍ଧୀ ‘ମେକ୍‌ ଇନ୍‌ ଇଣ୍ଡିଆ’ର ତୁଳନା ‘ରେପ ଇନ୍‌ ଇଣ୍ଡିଆ’ ସହ କରି ଭାରତ ଦୁଷ୍କର୍ମକାରୀଙ୍କ ରାଜଧାନୀ ପାଲଟି ଯାଇଥିବା କହିଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ତାଙ୍କର ଏହି ମନ୍ତବ୍ୟକୁ ନେଇ ବିଜେପି ସଂସଦରେ ହୋହାଲ୍ଲା କରିବା ସହ ଗାନ୍ଧୀ ପରିବାରକୁ ଖୁବ ସମାଲୋଚନା କରିଥିଲା ।

ଏହା ବ୍ୟତୀତ ଦୁଷ୍କର୍ମକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଦର୍ଶାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ମୃତି ଇରାନୀଙ୍କ ନେତୃତ୍ବରେ ବିଜେପି ମହିଳା ସାଂସଦମାନେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଜେପି ସଦସ୍ୟମାନେ ଇସିଙ୍କୁ ଭେଟି ନିର୍ବାଚନୀ ସଭାରେ ରାହୁଲଙ୍କ ରେପ୍‌ ଇନ୍‌ ଇଣ୍ଡିଆ ମନ୍ତବ୍ୟ ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପାଇଁ ରାହୁଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ।

ABOUT THE AUTHOR

...view details