ଓଡିଶା

odisha

ETV Bharat / bharat

ବିଜେପି ଷ୍ଟାର ପ୍ରଚାରକ ତାଲିକାରୁ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ ବାଦ୍! - anurag thakur

ନିର୍ବାଚନୀ ରାଲିରେ ବିବାଦୀୟ ଭାଷଣ ଦୋଇ ବିଜେପିର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିପାରନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଦଳୀୟ ସାଂସଦ ପ୍ରବେଶ ବର୍ମା। ଅଧିକ ପଢନ୍ତୁ...

anurag-thakur
ଅନୁରାଗ ଠାକୁର

By

Published : Jan 29, 2020, 2:06 PM IST

ନୂଆଦିଲ୍ଲୀ: ନିର୍ବାଚନ ରାଲିରେ ବିବାଦୀୟ ଭାଷଣ ଦେଇ ଫସିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ବିଜେପି ସାଂସଦ ପ୍ରବେଶ ବର୍ମା। ଏହି ଅଭିଯୋଗରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ(ଇସି)। ଉଭୟଙ୍କ ନାଁକୁ ଦଳୀୟ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସି।

ଦିଲ୍ଲୀରେ ଆୟୋଜିତ ଏକ ରାଲିରେ ଯୋଗ ଦେଇ ଶାହୀନ୍‌ବାଗ ପ୍ରଦର୍ଶନ ସମ୍ପର୍କରେ ଗତ ମଙ୍ଗଳବାର ବିବାଦୀୟ ଭାଷଣ ଦେଇଥିଲେ ପଶ୍ଚିମ ନୂଆଦିଲ୍ଲୀ ସାଂସଦ ପ୍ରବେଶ ବର୍ମା। ସେ ଶାହୀନ୍‌ବାଗକୁ କାଶ୍ମୀର ସହ ତୁଳନା କରିଥିଲେ। ସେମାନେ ଦିନେ କାଶ୍ମୀର ଭଳି ଆପଣଙ୍କ ଘରେ ପଶିବେ। ଆପଣଙ୍କ ଝିଅ ବୋହୂଙ୍କୁ ଦୁଷ୍କର୍ମ କରି ମାରିଦେବେ। ଯଦି ବିଜେପି କ୍ଷମତାକୁ ଆସେ, ଘଣ୍ଟାଏ ମଧ୍ୟରେ ଶାହୀନ୍‌ବାଗରେ ଜାରି ରହିଥିବା ପ୍ରଦର୍ଶନକୁ ବନ୍ଦ କରିଦିଆଯିବ। ଏହା ବ୍ୟତୀତ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ତୁଳନା ଆତଙ୍କବାଦୀ ଏବଂ ନକ୍ସଲ ସହ ସହ କରିଥିଲେ।

ନିର୍ବାଚନ ଆୟୋଗ

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଦିଲ୍ଲୀର ରିଠାଲାରେ ଆୟୋଜିତ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ଦେଶଦ୍ରୋହୀଙ୍କୁ 'ଗୋଲି ମାରୋ' ନାରା ଦେଇଥିଲେ।

ABOUT THE AUTHOR

...view details