କୋଲକାତା: ଆଗୁଆ ହୋଇପାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ରାଜ୍ୟରେ ଦଶମ ଓ ଦ୍ବାଦଶ ପରୀକ୍ଷାକୁ ନଜରରେ ରଖି ନିର୍ଦ୍ଧାରିତ ତାରିଖ ପୂର୍ବରୁ ନିର୍ବାଚନ କରିବାକୁ ଆୟୋଗ ନିଷ୍ପତ୍ତି ନେଇପାରନ୍ତି । ଏନେଇ ଫେବୃୟାରୀ ପ୍ରଥମ ସପ୍ତାହରେ ତାରିଖ ଘୋଷଣା ହୋଇପାରେ ।
ମେ 30 ରେ ମମତା ବାନାର୍ଜୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଫଳରେ ମେ 5 ତାରିଖ ଆଗରୁ ନିର୍ବାଚନ ସମସ୍ତ ପ୍ରକ୍ରିୟା ସାରିବାକୁ ହେବ । ରାଜ୍ୟ ଶିକ୍ଷା ବିଭାଗ ଅନୁସାରେ, ଦଶମ ଓ ଦ୍ବାଦଶ ପରୀକ୍ଷା ମେ ’ 4ରୁ 10 ଯାଏଁ ଅନୁଷ୍ଠିତ ହେବ । ତେବେ ସିବିଏସଇ ପରୀକ୍ଷା ନେଇ କୌଣସି ତାରିଖ ସ୍ଥିର ହୋଇନାହିଁ ।