ଓଡିଶା

odisha

ବିହାର ନିର୍ବାଚନ ପାଇଁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ନିର୍ବାଚନ କମିଶନ

By

Published : Oct 4, 2020, 7:33 PM IST

ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଦୁଇ ଜଣ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ନିର୍ବାଚନକୁ ଅବାଧ ଓ ଦୁର୍ନୀତି ମୁକ୍ତ କରିବା ପାଇଁ ନିଯୁକ୍ତ କରାଯାଇଛି । ଦୁଇ ଜଣ ପୁର୍ବତନ ଆଇଆରଏସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଅଧିକ ପଢନ୍ତୁ...

ବିହାର ନିର୍ବାଚନ ପାଇଁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ନିର୍ବାଚନ କମିସନ
ବିହାର ନିର୍ବାଚନ ପାଇଁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ନିର୍ବାଚନ କମିସନ

ନୂଆଦିଲ୍ଲୀ: ଆଗକୁ ବିହାର ବିଧାନସଭା ନିର୍ବାଚନ । ନିର୍ବାଚନ ଆୟୋଗ ମଧ୍ୟ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ କରିଛି । ନିର୍ବାଚନ କମିଶନ ବିହାର ନିର୍ବାଚନ ପାଇଁ ସ୍ବତନ୍ତ୍ର ହିସାବ ରକ୍ଷକ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । 1982 ବ୍ୟାଚ୍ ଆଇଆରଏସ ଅଧିକାରୀ ମଧୁ ମହାଜନ ଏବଂ 1983 ବ୍ୟାଚର ବି ବାଲାକ୍ରିଷ୍ଣନ ରହିଛନ୍ତି ।

ନିର୍ବାଚନ କମିଶନଙ୍କ ଦ୍ବାରା ନିଯୁକ୍ତ ଦୁଇ ଜଣ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ବିହାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ନିର୍ବାଚନର ସମସ୍ତ ପ୍ରକାର କାର୍ଯ୍ୟର ତଦାରଖ କରିବେ । ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଇଲୋକ୍ଟ୍ରିକାଲ ଯନ୍ତ୍ର ସାହାଯ୍ୟରେ ନିର୍ବାଚନର ପରିଚାଳନା କରିବେ । ନିର୍ବାଚନ ସମୟରେ ହେଉଥିବା ପଇସା ବଣ୍ଟନ, ମଦ ଓ ଭୋଟରଙ୍କୁ ପ୍ରଭାବିତ କରିବା ଚେଷ୍ଟା କରାଯାଉଥିବା ବ୍ୟକ୍ତି କିମ୍ବା ସଂସ୍ଥା ମାଧ୍ୟମରେ cVIGIL ମୋବାଇଲ୍ ଆପ୍ଲିକେସନ ମାଧ୍ୟମରେ ତଦାରଖ କରିବ । ଏଥିପାଇଁ ଭୋଟରଙ୍କ ହେଲ୍ପଲାଇନ ନଂ 1950 ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ଏହି ଭଳି ଅଭିଯୋଗ ଆସିଲେ ଗୁଇନ୍ଦା ଇନପୁଟରେ ଆଧାର କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ସୂଚନାଥାଉକି ପୂର୍ବରୁ ମଧୁ ମହାଜନ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ 2019 ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହ ତାମଲନାଡୁ ଓ କର୍ଣ୍ଣାଟକରେ ଲୋକସଭା ନର୍ବାଚନରେ କାର୍ଯ୍ୟ କରିସାରିଛନ୍ତି । ସେହିପରି ବାଲକ୍ରିଷ୍ଣନ ପର୍ଯ୍ୟବେକ୍ଷକ ଭାବରେ ତେଲେଙ୍ଗାନାର ଏକ ଉପନିର୍ବାଚନରେ କାର୍ଯ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details