ଓଡିଶା

odisha

ETV Bharat / bharat

ପ୍ରକାଶ ପାଇଲା 3 ରାଜ୍ୟର ବିଧାନ ପରିଷଦ ଉପନିର୍ବାଚନ ବିଜ୍ଞପ୍ତି

ଆନ୍ଧ୍ରପ୍ରଦେଶ , ଉତ୍ତର ପ୍ରଦେଶ ଓ ବିହାରର ବିଧାନ ପରିଷଦରେ ଖାଲି ପଡିଥିବା ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ । ବିଜ୍ଞପ୍ତି ଜାରି କଲେ ଭାରତୀୟ ନିର୍ବାଚନ କମିଶନ । ଅଧିକ ପଢନ୍ତୁ ....

3 ରାଜ୍ୟରେ ବିଧାନ ପରିଷଦ ଉପନିର୍ବାଚନ ପ୍ରକାଶ ପାଇଲା ବିଜ୍ଞାପ୍ତି
3 ରାଜ୍ୟରେ ବିଧାନ ପରିଷଦ ଉପନିର୍ବାଚନ ପ୍ରକାଶ ପାଇଲା ବିଜ୍ଞାପ୍ତି

By

Published : Jan 6, 2021, 7:04 PM IST

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ , ଉତ୍ତର ପ୍ରଦେଶ ଓ ବିହାରର ବିଧାନ ପରିଷଦରେ ଖାଲି ପଡିଥିବା ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ । ଏଥିପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା 28 ତାରିଖରେ ଏହି ସବୁ ଆସନ ପାଇଁ ଭୋଟ ଗ୍ରହଣ କରାଯିବା ସହ ଗଣତି ଓ ଫଳ ପ୍ରକାଶନ କରିବା ପାଇଁ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଛି । ଆନ୍ଧ୍ର ପ୍ରଦେଶର ବିଧାନ ପରିଷଦର ଗୋଟିଏ ଆସନ, ବିହାରର 2 ଆସନ ଓ ଉତ୍ତରପ୍ରଦେଶ ବିଧାନ ପରିଷଦର 12 ଟି ଆସନରେ ଏହି ନିର୍ବାଚନ ହେବାକୁ ଯାଉଛି ।

ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦ ସଭ୍ୟ ପୋଟୁଲା ସୁନିତା ଗତ ବର୍ଷ ନଭେମ୍ବରରେ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ କାର୍ଯ୍ୟକାଳ ଅବଧି 2023 ପର୍ଯ୍ୟନ୍ତ ଥିବା ବେଳେ ବର୍ତ୍ତମାନ ଉକ୍ତ ଆସନ ଖାଲି ପଡିଛି । ସେହିପରି ବିହାରରେ ସୁଶିଲ ମୋଦି ଓ ବିନୋଦ ନାରାୟଣ ଝାଙ୍କ ଇସ୍ତଫା ପରେ ବିଧାନ ପରିଷଦରେ 2 ଟି ଆସନ ଖାଲି ପଡିଛି । ଉତ୍ତର ପ୍ରଦେଶରେ ମଧ୍ୟ 12 ଟି ବିଧାନ ପରିଷଦ ଆସନ ଖାଲି ପଡିଛି ।

ଏହି ବିଜ୍ଞପ୍ତି ସହ ଉକ୍ତ 3 ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ନିର୍ବାଚନ ପରିଚାଳନା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ପରିଚାଳନାରେ କୋଭିଡ ଗାଇଡଲାଇନକୁ କଡାକଡି ଭାବେ ଅନୁପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ମତ ଗ୍ରହଣ , ଭୋଟ ଗଣତି ଓ ଫଳ ପ୍ରକାଶନ ସମୟରେ ସମାଜିକ ଦୂରତା, ମାସ୍କ ପିନ୍ଧିବା ଇତ୍ୟାଦି ଉପରେ ଗୁରୁତ୍ବ ଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟ ଶାସନ ସଚିବ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବିଜ୍ଞପ୍ତି ଅନୁସାରେ ଚଳିତ ମାସ 18 ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ପାର୍ଥୀ । ସେହିପରେ 21 ତାରିଖରେ ପାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । 28 ତାରିଖ ପୂର୍ବାହ୍ନ 9ରୁ ଅପରାହ୍ନ 4 ଯାଏଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଅପରାହ୍ନ 5 ଟା ପରେ ମତଗଣନା କାର୍ଯ୍ୟ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details