ଓଡିଶା

odisha

ETV Bharat / bharat

ପୁଣି ଫେରିଛି ଇବୋଲା, କଙ୍ଗୋରେ 1 ହଜାରରୁ ଊର୍ଦ୍ଧ୍ବ ରୋଗୀଙ୍କ ମୃତ୍ୟୁ - death

କଙ୍ଗୋରେ ପୁଣି ଫେରିଛି ଇବୋଲା। ଏହି ରୋଗରେ ଏବେ ସୁଦ୍ଧା ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ହୋଇସାରିଛି । ଚଳିତ ବର୍ଷ ଅଗଷ୍ଟ ମାସଠାରୁ ଅଦ୍ୟାବଧି କଙ୍ଗୋରେ ୬୦୦ ଜଣ ଇବୋଲା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଫାଇଲ ଫଟୋ

By

Published : May 4, 2019, 3:55 PM IST

ନୂଆଦିଲ୍ଲୀ: ପୁଣି ଫେରିଛି ଇବୋଲା ଭୂତାଣୁ । ଏହି ରୋଗ ଆରମ୍ଭ ହେବା ଦିନରୁ ହିଁ ସମସ୍ତଙ୍କୁ ଆତଙ୍କିତ କରି ରଖିଛି । ତେବେ ଏହି ମରଣାତ୍ମକ ରୋଗ କଙ୍ଗୋରେ ପ୍ରତ୍ୟାବର୍ତ୍ତନ କରିବା ସହ ଏବେ ସୁଦ୍ଧା ହଜାରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ନେଇସାରିଲାଣି । ଚଳିତ ବର୍ଷ ଅଗଷ୍ଟ ମାସଠାରୁ ଅଦ୍ୟାବଧି କଙ୍ଗୋରେ ୬୦୦ ଜଣ ଇବୋଲା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହାସହ ଉତ୍ତର କ୍ୟୁଭି ଓ ଇତୁରି ଠାରେ 1510 ଜଣ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ 400ରୁ ଊର୍ଦ୍ଧ୍ବ ଏହି ରୋଗରେ ପୀଡିତ ଥିବା ଏକ ପ୍ରମୁଖ ଗଣମାଧ୍ୟମରୁ ସୂଚନା ମିଳିଛି । ତେବେ ଗତବର୍ଷ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ବହୁସଂଖ୍ୟାରେ ଚିହ୍ନଟ କରାଯାଇଥିଲା । 2014 ପରଠୁ ଏହା ବିଶ୍ବର ଦ୍ବିତୀୟ ମରଣାନ୍ତକ ଇବୋଲା ସଂକ୍ରମଣ ଭାବେ ଗଣାଯାଉଛି । କାରଣ ଏହି ବର୍ଷ ଇବୋଲା ସଂକ୍ରମଣରେ ପାଖାପାଖି 28,600 ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଖବର ଅନୁଯାୟୀ, ଗତବର୍ଷ ଅଗଷ୍ଟ ମାସଠାରୁ ଅଦ୍ୟାବଧି କଙ୍ଗୋରେ ୬୦୦ ଜଣ ଇବୋଲା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସରକାରୀ ସୂତ୍ର ଅନୁଯାୟୀ, ମୋଟ ୬୦୮ ଜଣଙ୍କଠାରେ ଏହି ଭାଇରସ ବା ଭୂତାଣୁ ଥିବା ସନ୍ଦେହ କରାଯାଉଥିବାବେଳେ ସେମାନଙ୍କ ମଧ୍ୟରୁ ୫୬୦ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି।

ଏହି ରୋଗ ସର୍ବ ପ୍ରଥମେ 1976 ମସହିବାରେ ସୁଦାନରେ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ କଙ୍ଗୋରେ କାୟା ବିସ୍ତାର କରି ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇଥିଲା । ଏହି ରୋଗ ମୁଖ୍ୟତଃ ପଶୁଙ୍କ ଦେହରୁ ମଣିଷ ଶରୀରକୁ ଆକ୍ରାନ୍ତ ହୋଇଥାଏ । ଏହି ରୋଗର ଲକ୍ଷଣ ଅନୁସାରେ ପ୍ରବଳ ମୁଣ୍ଡ ବ୍ୟଥା ଓ ଜ୍ବର ହୋଇଥାଏ ।

For All Latest Updates

ABOUT THE AUTHOR

...view details