ପାଟନା: ବିହାରର ହାଜିପୁର, କୋରୋନା ଭାଇରସ ପରି ବିଶ୍ୱସ୍ତରୀୟ ମହାମାରୀର ପ୍ରସାରକୁ ରୋକିବା ପାଇଁ କେନ୍ଦ୍ରୀୟ ରେଳବାଇ 208 ରେଳ କୋଚକୁ କ୍ବାରେଣ୍ଟାଇନ, ମେଡିକାଲ ଉପକରଣ ସହିତ ଆଇସୋଲେସନ ୱାର୍ଡରେ ବଦଳାଇ ଭାରତ ସରକାରଙ୍କ ସ୍ୱାସ୍ଥ୍ୟସେବାରେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛି । ବର୍ତ୍ତମାନ ବିହାରରେ 11ଟି ରେଳ କୋଚକୁ କୋରନା ୱାର୍ଡରେ ପରିଣତ କରାଯାଇଛି । ଏହା ବ୍ୟତୀତ ଅନେକ ଆବଶ୍ୟକୀୟ ଉପକରଣ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି ।
ପୂର୍ବ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ରାଜେଶ କୁମାର ଶନିବାର କହିଛନ୍ତି, "ପୂର୍ବ କେନ୍ଦ୍ରୀୟ ରେଳବାଇର 208ଟି କୋଚକୁ ଆଇସୋଲେସନ ୱାର୍ଡ ଭାବେ ରୂପାନ୍ତରିତ କରାଯାଉଛି । ଏଥିରୁ 11ଟି ଟ୍ରେନ କୋଚ ପ୍ରସ୍ତୁତ କରାଯାଇଛି । ସେ କହିଛନ୍ତି ଯେ, ଏହା ସହିତ ପୂର୍ବ କେନ୍ଦ୍ରୀୟ ରେଳବାଇ ମଧ୍ୟ କୋରୋନା ଭାଇରସ ସହ ଲଢିବା ପାଇଁ ଆବଶ୍ୟକ ଉପକରଣ ଯୋଗାଉଛି। ଏଥିରେ ଭେଣ୍ଟିଲେଟର, ପିପିଇ କିଟ୍, ମାସ୍କ ଏବଂ ସାନିଟାଇଜର ଅନ୍ତର୍ଭୁକ୍ତ ।