ନୂଆଦିଲ୍ଲୀ: ହାୱାଇର ପୋହୋନୁ ବିଶ୍ୱର ସବୁଠାରୁ ବଡ ସିଲଡ୍ ଆଗ୍ନେୟଗିରି ଏବଂ ଏହା ମୌନା ଲୋଆର ଦୁଇଗୁଣ ଅଟେ । ଏପରି କିଛି ଦାବି କରିଛନ୍ତି ହାୱାଇ ବିଶ୍ୱବିଦ୍ୟାଳୟର ଏକ ଅନୁସନ୍ଧାନକାରୀ ଦଳ । ଏହାକୁ ପୂର୍ବରୁ ବିଶ୍ବର ସବୁଠାରୁ ବଡ ଆଗ୍ନେୟଗିରି ବୋଲି କୁହାଯାଉଥିଲା ଏହି ଟିମ୍ ଯୁକ୍ତି ବାଢିଛନ୍ତି ।
ଅନୁସନ୍ଧାନକାରୀମାନେ ଅଣ୍ଡର ୱାଟର ପଥରଗୁଡିକର ରାସାୟନିକ ବିଶ୍ଳେଷଣ ସହିତ ଅନେକ ନୂତନ ମାପ ନେବା ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ଏହାସହ ପୋହୋନୁର ପ୍ରକୃତ ଆକାର ଜାଣିବା ପାଇଁ ସମୁଦ୍ର ଚଟାଣର ବିସ୍ତୃତ ସର୍ଭେ ମଧ୍ୟ ଏହି ଟିମ୍ କରିଛନ୍ତି।