ଓଡିଶା

odisha

ETV Bharat / bharat

ପୁଣି ଭୂକମ୍ପରେ ଥରିଲା ଲଦାଖ, ରିକ୍ଟର ସ୍କେଲରେ ତୀବ୍ରତା 5.4 - ଲେହ-ଲଦାଖ

ଭୂକମ୍ପରେ ଥରିଲା ଲଦାଖ । ଆଜି(ମଙ୍ଗଳବାର) ସକାଳେ ଲଦାଖରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପରେ ତୀବ୍ରତା 5.4 ଥିବା ଜଣାପିଡିଛି । ଅଧିକ ପଢନ୍ତୁ...

Earthquake tremors in Ladakh, 5.1 magnitude measured on Richter scale
ଭୂକମ୍ପରେ ଥରିଲା ଲଦାଖ, ରିକ୍ଟର ସ୍କେଲରେ ତୀବ୍ରତା ୫.୧

By

Published : Oct 6, 2020, 9:35 AM IST

Updated : Oct 6, 2020, 9:48 AM IST

ଲେହ: ଭୂକମ୍ପରେ ଥରିଲା ଲଦାଖ । ଆଜି(ମଙ୍ଗଳବାର) ସକାଳେ ଲଦାଖରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା 5.4 ଥିବା ଜଣାପିଡିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଲେହଠାରୁ 174 କିଲୋମିଟର ପୂର୍ବରେ ହୋଇଥିଲା । ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ପ୍ରାୟ ୫.୧୩ ମିନିଟରେ ଲେହରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି ।

ଭୂକମ୍ପର ଗଭୀରତା ଭୂମି ଭିତରେ ଦଶ କିଲୋମିଟର ପର୍ଯ୍ୟନ୍ତ ଥିଲା। ଭୂକମ୍ପର ଝଟ୍‌କା ଅନୁଭୂତ ହେବା ମାତ୍ରେ ସ୍ଥାନୀୟ ଲୋକେ ଘର ବାହାରକୁ ବାହାରିଆସିଥିବା ବେଳେ କିଛି ଲୋକ ଘରେ ରହିଯାଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ଏହାପୂର୍ବରୁ ସେପ୍ଟେମ୍ବର 25 ଅପରାହ୍ନରେ ଲେହ-ଲଦାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା 5.6 ଥିଲା ।

Last Updated : Oct 6, 2020, 9:48 AM IST

ABOUT THE AUTHOR

...view details