ଓଡିଶା

odisha

ETV Bharat / bharat

ହରିୟାଣାର ରୋହତକ ଓ ଜମ୍ମୁକାଶ୍ମୀରର 2ଟି ସ୍ଥାନରେ ଭୂକମ୍ପ ଝଟକା - jammu kashmir earthquake

ପୁଣି ଭୂକମ୍ପରେ ଥରିଲା ହରିୟାଣା ସହ ଜମ୍ମୁକଶ୍ମୀର । ରୋହତକରେ 2.4, କଟରାରେ 4.0 ଓ ଦୋଡାରେ 8.57 ତୀବ୍ରତା ରହିଛି । ଅଧିକ ପଢନ୍ତୁ...

ହରିୟାଣାର ରୋହତକ ଓ ଜମ୍ମକାଶ୍ମୀର 2ଟି ସ୍ଥାନରେ ଭୂକମ୍ପ ଝଟକା
ହରିୟାଣାର ରୋହତକ ଓ ଜମ୍ମକାଶ୍ମୀର 2ଟି ସ୍ଥାନରେ ଭୂକମ୍ପ ଝଟକା

By

Published : Jun 30, 2020, 10:57 AM IST

ଚଣ୍ଡିଗଡ: କୋରୋନା ମହାମାରୀ ସମୟରେ ଦେଶ ଅନେକ ବିପର୍ଯ୍ୟୟ ସହ ସଂଘର୍ଷ କରୁଛି । ବର୍ତ୍ତମାନ ଦେଶର କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖା ଦେଇଥିବାବେଳେ ଅନେକ ସମୟରେ ଆଉ କେତେକ ରାଜ୍ୟରେ ଭୂକମ୍ପ ଅନୂଭୂତ ହେଉଛି । ଖାଲି ସେତିକି ନୁହେଁ ଏହାରି ଭିତରେ 2-2ଟି ବାତ୍ୟା ମଧ୍ୟ ହୋଇସାରିଲେଣି ।

ତେବେ ହରିୟାଣାର ରୋହତକରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 2.4ରେ ରହିଛି । ଏପର୍ଯ୍ୟନ୍ତ ଏଥିରେ କୌଣସି ଧନଜୀବନ ନଷ୍ଟ ହେବାର ସୂଚନା ମିଳିନାହିଁ ।

ତେବେ କୋରୋନା ମହାମାରୀ ପରଠାରୁ ଦେଶରେ ଅନେକ ଭୂକମ୍ପ ହୋଇଛି। ହରିୟାଣାରେ ଏହା ପୂର୍ବରୁ ଅନେକ ଥର ଭୂକମ୍ପ ଅନୁଭୂତ ଘଟିଛି ।

ସେହିପରି ଅନ୍ୟପଟେ, ଜମ୍ମୁ କାଶ୍ମୀରର ଦୁଇଟି ପୃଥକ ପୃଥକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। କଟରାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.0 ରହିଥିବାବେଳେ, ଏହାର କେନ୍ଦ୍ରସ୍ଥଳୀ କଟରା ଠାରୁ 84 କିମି ପୂର୍ବରେ ରହିଛି । ଏହି ଭୂକମ୍ପ ଆଜି(ମଙ୍ଗଳବାର) ସକାଳ 8:56ରେ ଅନୁଭୂତ ହୋଇଥିଲା ।

ସେହିପରି, ଦୋଡା ଜିଲ୍ଲାର ତୁଷାରପାତ ଉପତ୍ୟକାରେ 8.57 ତୀବ୍ରତା ରହିଥିବା ସୂଚନା ଦେଇଛି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର । ଏହି ଭୂକମ୍ପ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ତଥାପି ଏଥିରେ କୌଣସି କ୍ଷୟକ୍ଷତି ଓ ମୃତାହତ ହୋଇଥିବା ସୂଚନା ନାହିଁ ।

ABOUT THE AUTHOR

...view details