ଓଡିଶା

odisha

ETV Bharat / bharat

ମିଜୋରାମରେ ଭୂକମ୍ପ ଅନୁଭୂତ, ସମବେଦନା ଜଣାଇଲେ ପିଏମ ଓ ଗୃହମନ୍ତ୍ରୀ - mizoram earthquake

ମିଜୋରାମରେ ସୋମବାର ସକାଳୁ ଭୂକମ୍ପ ଅନୁଭୂତ । ରାଜ୍ୟ ସିଏମଙ୍କ ସହ କଥା ହୋଇ ସହଯୋଗର ଆଶ୍ବାସନା ଦେଲେ ପିଏମ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ। ଅଧିକ ପଢନ୍ତୁ...

ପୁଣି ଭୂକମ୍ପରେ ଥରିଲା ମିଜୋରାମ, ରିକ୍ଟର ସ୍କେଲରେ ତୀବ୍ରତା 5.3
ପୁଣି ଭୂକମ୍ପରେ ଥରିଲା ମିଜୋରାମ, ରିକ୍ଟର ସ୍କେଲରେ ତୀବ୍ରତା 5.3

By

Published : Jun 22, 2020, 11:35 AM IST

Updated : Jun 22, 2020, 1:59 PM IST

ଆଇଜୋଲ: ମିଜୋରାମରେ ଭୂକମ୍ପ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ଲୋକଙ୍କ ସୁରକ୍ଷା ଓ ଭଲ ସ୍ବାସ୍ଥ୍ୟର କାମନା କଲେ । ଭୂମିକମ୍ପରେ ଯାହାବି କ୍ଷୟ କ୍ଷତି ହୋଇଛି ସେନେଇ ଯାହା ସମ୍ଭବ କେନ୍ଦ୍ର ସାହାଯ୍ୟ କରିବ ବୋଲି ଶାହ, ମୁଖ୍ୟମନ୍ତ୍ରୀ ଜୋରୋମଥାଙ୍ଗଙ୍କୁ ଆଶ୍ବାସନା ଦେଇଛନ୍ତି ।

ଏପରି ଅସୁବିଧା ସମୟରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମବେଦନା ପାଇଁ ଉଭୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ ।ସୂଚନାମୁତାବକ, ସୋମବାର ସକାଳ 4 ଟା 10 ମିନିଟ ସମୟରେ ମିଜୋରାମର ଚାମଫାଇ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.3 ରହିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଚାମଫାଇ ଜିଲ୍ଲାର ଭୂମିଠାରୁ 20 କିମି ତଳେ ରହିଛି।

ଟ୍ବିଟ କରି ପିଏମ ଓ ଗୃହମନ୍ତ୍ରୀଙ୍କୁ ସିଏମଙ୍କ ଧନ୍ୟବାଦ
ସମବେଦନା ସହ ସହାୟତା ପାଇଁ ଆଶ୍ବସନା ଦେଲେ ଶାହ

ଏହି ଭୂକମ୍ପ ଅନୂଭୁତ ସମୟରେ ଲୋକମାନେ ଘର ଶୋଇଥିବାବେଳେ, ଭୟରେ ଉଠି ବାହାରକୁ ଚାଲି ଆସିଥିଲେ। ତେବେ ଏଥିରେ କେହି ମୃତାହତ ହୋଇଥିବା ଜଣାପଡିନଥିବାବେଳେ, ଅନେକ ଘର ଫାଟିଯାଇଥିବା ସହ ବହୁ ଆସବାବ ପତ୍ର ନଷ୍ଟ ହୋଇଛି । ଯାହାକୁ ନେଇ ଉଭୟ ପିଏମ ଓ ଗୃହମନ୍ତ୍ରୀ ଯଥାସମ୍ଭବ ସାହାର୍ଯ୍ୟ କରିବା ନେଇ ଆଶ୍ବସନା ଦେଇଛନ୍ତି ।

ତେବେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଜୋରମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ସେ କହିଛନ୍ତି କେନ୍ଦ୍ର ପକ୍ଷରୁ ଯାହା ସମ୍ଭବ ହେବ ସହଯୋଗ କରାଯିବା ନେଇ ଆଶ୍ବସନା ଦେଇଛନ୍ତି ।

ଏହାପୂର୍ବରୁ ଜୁନ 21ରେ ଆସାମ, ମେଘାଳୟ, ମଣିପୁର, ମିଜୋରାମରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 5.1 ରହିଥିଲା । ମିଜୋରାମର ଆଇଜୋଲ ଜିଲ୍ଲାରେ ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ହୋଇଥିବା ଜଣାପଡିଥିଲା । ଆସାମର ଗ୍ବାହାଟୀରେ ଭୋର ପ୍ରାୟ 4.16 ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା।

ଭାରତ ପାଣିପାଗ ବିଭାଗ (ଆଇଏମଡି)ର ଜଣେ ଅଧିକାରୀଙ୍କ କହିବାନୁସାରେ, ମିଜୋରାମର ରାଜଧାନୀ ଆଇଜୋଲ ଏବଂ ନିକଟସ୍ଥ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସନ୍ଧ୍ୟା 4.16 ସମୟରେ କମ୍ପନ ଅନୁଭୂତ ହୋଇଥିଲା। କିଛି ସେକେଣ୍ଡ ପାଇଁ ଭୂକମ୍ପର କେନ୍ଦ୍ରସ୍ଥଳ 35 କିମିର ଗଭୀର ଥିଲା। ଏହାପୂର୍ବରୁ ଗୁରୁବାର ରାତିରେ 5 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

Last Updated : Jun 22, 2020, 1:59 PM IST

ABOUT THE AUTHOR

...view details