ଗାନ୍ଧୀନଗର:ଶନିବାର ଗୁଜୁରାଟର ବିଭିନ୍ନ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.3 ଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ, ଅପରାହ୍ନ ସମୟରେ ରାଜ୍ୟରେ 4.3 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏହାର କେନ୍ଦ୍ରସ୍ଥଳ ନେଟ୍ରଙ୍ଗ ତହସିଲର ମୋତାମଲପୋରରେ ଥିଲା, ଯାହାକି ଭାରୁଚ ସହର ଠାରୁ 36 କିଲୋମିଟର ଦୂରରେ ଅବସ୍ଥିତ ।