ଓଡିଶା

odisha

By

Published : Jan 12, 2020, 12:43 PM IST

ETV Bharat / bharat

ଲଦାଖରେ ଭୂକମ୍ପର ଶକ୍ତ ଝଟକା

କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଭୂ-କମ୍ପର ଶକ୍ତ ଝଟକା । ରିକ୍ଟର ସ୍କେଲରେ ଏହାର ତ୍ରୀବତା 5.3 ରହିଛି ।

earthquake in ladakh
ଲଦାଖରେ ଭୂକମ୍ପର ଶକ୍ତ ଝଟକା

ଲଦାଖ: ଗୋଟିଏ ପଟେ ଉତ୍ତର-ଭାରତରେ ଜାରି ରହିଛି ତୁଷାରପାତ ଆଉ ଅନ୍ୟପଟେ ଲଦାଖରେ ଭୂ-କମ୍ପର ଝଟକା। ରିକ୍ଟର ସ୍କେଲରେ ଏହାର ତ୍ରୀବତା 5.3 ଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ ।

ରବିବାର 10.54 ସମୟରେ ଭୂ-ପୃଷ୍ଠରୁ 10 କିମି ଗଭୀରତା ତଳେ ଏହି ଭୂ-କମ୍ପ ଅନୁଭୂତ ହୋଇଥିଲା । ପିଓକେ(ପାକିସ୍ତାନ ଅଧିକୃତ କାଶ୍ମୀର)ରେ ଏହି ଭୂ-କମ୍ପ କେନ୍ଦ୍ରୀଭୂତ ହୋଇଥିବାବେଳେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଏହାର ପ୍ରଭାବ ପଡିଛି । ଭୂ-କମ୍ପର ଝଟକାରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡିଥିବାବେଳେ, ସମସ୍ତ ଘର ବାହାରକୁ ଚାଲିଆସିଥିଲେ ।

ABOUT THE AUTHOR

...view details