ଆଇଜଲ: ଭୂକମ୍ପ ଝଟକାରେ ପୁଣି ଥରିଲା ମିଜୋରାମ । ରବିବାର ସନ୍ଧ୍ୟା 5ଟା 26 ମିନିଟ୍ରେ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.6 ରେକର୍ଡ କରାଯାଇଛି । ଚମ୍ପାଇର ଦକ୍ଷିଣ ଦକ୍ଷିଣ-ପଶ୍ଚିମର 25 କିମି ଦୂରରେ ଏହି ଭୂକମ୍ପ ହୋଇଥିଲା ।
ଭୂକମ୍ପରେ ପୁଣି ଥରିଲା ମିଜେରାମ, ରିକ୍ଟର ସ୍କେଲରେ ତୀବ୍ରତା 4.6 - ଭୂକମ୍ପ
ଭୂକମ୍ପ ଝଟକାରେ ପୁଣି ଥରିଲା ମିଜୋରାମ । ରବିବାର ସନ୍ଧ୍ୟା 5ଟା 26 ମିନିଟ୍ରେ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.6 ରେକର୍ଡ କରାଯାଇଛି ।
ଭୂକମ୍ପରେ ପୁଣି ଥରିଲା ମିଜେରାମ, ରିକ୍ଟର ସ୍କେଲରେ ତୀବ୍ରତା 4.6
ପୂର୍ବରୁ ଅନେକ ଥର ମିଜୋରାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାପୂର୍ବରୁ ଶୁକ୍ରବାର ଅପରାହ୍ନରେ ମିଜୋରାମର ଚମ୍ପାଇ ଜିଲ୍ଲାରେ 4.6 ତୀବ୍ରତା ବିଶିଷ୍ଟ ଭୂକମ୍ପ ହୋଇଥିଲା । ଗତ 15 ଦିନ ମଧ୍ୟରେ ରାଜ୍ୟରେ 6ଷ୍ଠ ଥର ପାଇଁ ଭୂକମ୍ପ ଅନୁଭୂତ ହୋଇଛି ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ପ୍ରକାଶ ଥାଉ କି, 18 ଜୁନରୁ 24 ଜୁନ ମଧ୍ୟରେ ରାଜ୍ୟର ଚମ୍ପାଇ, ସେତୁଅଲ ଏବଂ ସେରଛିପ୍ ଜିଲ୍ଲାରେ ଅନେକ ଥର ଭୂକମ୍ପ ହୋଇଛି ।