ଓଡିଶା

odisha

ETV Bharat / bharat

ଭୂକମ୍ପରେ ଥରିଲା ଆସାମ, କ୍ଷୟକ୍ଷତିର ସୂଚନା ନାହିଁ - ଭୂକମ୍ପର ଝଟକା

ଭୂକମ୍ପର ଝଟକାରେ ଥରିଲା ଆସାମ। ରିକ୍ଚର ସ୍କେଲରେ ତୀବ୍ରତା 4.8 ରେକର୍ଡ କରାଯାଇଛି। ଅଧିକ ଖବର ପଢନ୍ତୁ...

Earthquake of Magnitude 4.8 Jolts
ଭୂକମ୍ପରେ ଥରିଲା ଆସାମ, କ୍ଷୟକ୍ଷତିର ସୂଚନା ନାହିଁ

By

Published : Apr 6, 2020, 9:00 AM IST

ଗୌହାଟୀ: ଭୂକମ୍ପର ଝଟକାରେ ଥରିଲା ଆସାମ। ରିକ୍ଚର ସ୍କେଲରେ ତୀବ୍ରତା 4.8 ରେକର୍ଡ କରାଯାଇଛି। ଏହି ଭୂକମ୍ପ ରବିବାର ରାତ୍ରି ସମୟରେ ଅନୁଭୂତ ହୋଇଥିଲା। ତେବେ ଭୂକମ୍ପର ଝଟକା ଅନୁଭୂତ ପରେ ଲୋକମାନେ ବାହାରକୁ ବାହାରି ଆସିଥିଲେ।

ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି କିମ୍ବା ପ୍ରାଣହାନି ଘଟିଥିବା ଖବର ମିଳିନାହିଁ। ଆସାମ ବ୍ୟତୀତ ବିହାର, ପଶ୍ଚିମବଙ୍ଗ ଏବଂ ବାଂଲାଦେଶର କିଛି ଅଂଶରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜିରୁ ଅପଡେଟ୍ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ 26.4 ଏବଂ ଦ୍ରାଘିମା 92.7 ଏବଂ 38 କିଲୋମିଟର ଗଭୀରତାରେ ଥିଲା। ଏଥିରେ କୁହାଯାଇଛି ଯେ ଭୂକମ୍ପର କେନ୍ଦ୍ର ହେଉଛି ଆସାମର ତେଜପୁର।

ABOUT THE AUTHOR

...view details