ଦିସପୁର: ଭୂମିକମ୍ପର ଝଟକାରେ ଥରିଲା ଆସାମ । ତେଜପୁରରେ ଭୂମିକମ୍ପ ନେଇ ସୂଚନା । ତେବେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 3.4 ଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷେ ଏହା ପ୍ରଭାବରେ ଏଯାଏଁ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ ।
ଆସାମର ତେଜପୁରରେ 3.4 ତୀବ୍ରତାର ଭୂମିକମ୍ପ - ତେଜପୁରରେ ଭୂମିକମ୍ପ
ତେଜପୁରରେ ଭୂମିକମ୍ପ ନେଇ ସୂଚନା । ତେବେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 3.4 । ଅଧିକ ପଢନ୍ତୁ...
![ଆସାମର ତେଜପୁରରେ 3.4 ତୀବ୍ରତାର ଭୂମିକମ୍ପ ଆସାମର ତେଜପୁରରେ 3.4 ତୀବ୍ରତାର ଭୂମିକମ୍ପ](https://etvbharatimages.akamaized.net/etvbharat/prod-images/768-512-8584210-thumbnail-3x2-oo.jpg)
ଆସାମର ତେଜପୁରରେ 3.4 ତୀବ୍ରତାର ଭୂମିକମ୍ପ
ଗତ କିଛି ଦିନ ହେବ ଭାରତର ପୂର୍ବତ୍ତୋରରେ ବାରମ୍ବାର ଭୂମିକମ୍ପର ଝଟକା ଅନୁଭୂତ ହେଉଛି । ଏହା ପୂର୍ବରୁ ଜୁଲାଇ 24ରେ ଆସାମର କାର୍ବିରେ ଭୂମିକମ୍ପ ହୋଇଥିଲା । ତେବେ ତେଜପୁରର 58 କିଲୋମିଟର ଦୂରରେ ଏହି ଭୂମିକମ୍ପର କେନ୍ଦ୍ର ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିପରି ଜୁଲାଇ 16ରେ 4.1 ଓ 2.6 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ।