ଆଇଜଲ: ମିଜୋରାମରେ ପୁଣି ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 5.1 ରହିଛି । ଗତ 3 ଦିନ ମଧ୍ୟରେ ରାଜ୍ୟରେ ଏହା ଦ୍ବାତୀୟ ଭୂମିକମ୍ପ । ତେବେ ପୂର୍ବୋତ୍ତର ଆଇଜଲର 25 କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ଜାତୀୟ ସେସମୋଲୋଜୀ ବିଭାଗର ରିପୋର୍ଟରୁ ଜଣାପଡିଛି । ଅନ୍ୟପକ୍ଷେ ଭୂମିକମ୍ପ ପ୍ରଭାବରେ ବର୍ତ୍ତମାନସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।
ପୂର୍ବରୁ ଜୁନ 18ରେ ମଧ୍ୟ ମିଜୋରାମରେ ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା 5.0 ରେକର୍ଡ କରାଯାଇଥିଲା । ମିଜୋରାମ ସ୍ଥିତ ଦକ୍ଷିଣ-ପୂର୍ବ ଚମ୍ପାଇର 98 କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।