ଓଡିଶା

odisha

By

Published : Oct 8, 2020, 10:29 AM IST

ETV Bharat / bharat

ଭୂମିକମ୍ପ ଝଟକାରେ ଥରିଲା କାର୍ଗିଲ, ତୀବ୍ରତା 4.2

ଗୁରୁବାର ସକାଳେ ଜାମ୍ମୁକାଶ୍ମୀର ଲଦାଖର କାର୍ଗିଲରେ ଭୂମିକମ୍ପ ଅନୁଭୂତ ହୋଇଛି ।

ଭୂମିକମ୍ପ ଝଟକାରେ ଥରିଲା କାର୍ଗିଲ
ଭୂମିକମ୍ପ ଝଟକାରେ ଥରିଲା କାର୍ଗିଲ

ଶ୍ରୀନଗର: ଭୂମିକମ୍ପରେ ଥରିଲା କାର୍ଗିଲ । ଗୁରୁବାର ସକାଳେ ଜାମ୍ମୁକାଶ୍ମୀର ଲଦାଖର କାର୍ଗିଲରେ ଭୂମିକମ୍ପ ଅନୁଭୂତ ହୋଇଛି ।

ସୂଚନା ଅନୁଯାୟୀ, ଗୁରୁବାର କାର୍ଗିଲରେ 9 ଟା 22 ମିନିଟ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତିବ୍ରତା 4.2 ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) କହିଛି।

ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବାର ସୂଚନା ମିଳିନାହିଁ । ତେବେ ଗତ 72 ଘଣ୍ଟା ମଧ୍ୟରେ ଲଦାଖରେ ଏହା ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଛି ।

ଏହାପୂର୍ବରୁ ଅକ୍ଟୋବର 6ରେ ଲେହରେ ସକାଳ 5:13 ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତିବ୍ରତା 5.1 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details