ଓଡିଶା

odisha

ETV Bharat / bharat

ଭୂକମ୍ପରେ ଥରିଲା ପାଲଘର, ତୀବ୍ରତା 3.5 ରେକର୍ଡ - ଭୂକମ୍ପରେ ଥରିଲା ମହାରାଷ୍ଟ୍ର

ଭୂକମ୍ପରେ ଥରିଲା ମହାରାଷ୍ଟ୍ର। ରିକ୍ଟର ସ୍କେଲରେ ତୀବ୍ରତା 3.5 ରେକର୍ଡ କରାଯାଇଛି। କ୍ଷୟକ୍ଷତିର କୌଣସି ସୂଚନା ନାହିଁ। ଝଟକା ପାଇଁ ସ୍ଥାନୀୟରେ ଭୟର ବାତାବରଣ ଖେଳିଯାଇଛି।

ଭୂକମ୍ପରେ ଥରିଲା ପାଲଘର, ତୀବ୍ରତା 3.5 ରେକର୍ଡ
ଭୂକମ୍ପରେ ଥରିଲା ପାଲଘର, ତୀବ୍ରତା 3.5 ରେକର୍ଡ

By

Published : Sep 22, 2020, 8:09 AM IST

ମୁମ୍ବାଇ: ଭୂକମ୍ପରେ ଥରିଲା ମହାରାଷ୍ଟ୍ର। ରିକ୍ଟର ସ୍କେଲରେ ତୀବ୍ରତା 3.5 ରେକର୍ଡ କରାଯାଇଛି। ଏନେଇ ନ୍ୟାସନାଲ ସେସିମୋଲୋଜି ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ମଙ୍ଗଳବାର ଏହି ଝଟକା ମହାରାଷ୍ଟ୍ରର ପାଲଘରରେ ଅନୁଭୂତ ହୋଇଛି।

ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମୁମ୍ବାଇର 104 କିଲୋମିଟର ଉତ୍ତରରେ ଥିଲା। ଭୂପୃଷ୍ଠରୁ 5 କିଲୋମିଟର ଗଭୀରତାରେ ସକାଳ 2:50 ରେ ଏହି ଭୂକମ୍ପ ହୋଇଥିଲା। ସେପ୍ଟେମ୍ବର ମାସରେ ମହାରାଷ୍ଟ୍ରରେ ଅନେକ ଥର ହାଲୁକା ଓ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ନାଶିକ୍ ଏବଂ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ଅଧିକାଂଶ ଭୂକମ୍ପ ଅନୁଭୂତ ହୋଇଛି।

ମଙ୍ଗଳବାର ସକାଳେ ଆସାମରେ 4.2 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ମଧ୍ୟ ଘଟିଛି। ଆସାମର ବାରପେଟା ଅଞ୍ଚଳରେ ସକାଳ ପ୍ରାୟ 1.30 ସମୟରେ ଏହି କମ୍ପନ ଅନୁଭୂତ ହୋଇଥିଲା।

ABOUT THE AUTHOR

...view details