ଡେରାଡୁନ: ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡର ଉତ୍ତରକାଶୀ । ରବିବାର ରାତି ପ୍ରାୟ 11ଟା 30 ସମୟରେ ଯମୁନାଘାଟିରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା 4.0 ରହିଛି ।
ଯମୁନାଘାଟିରେ କିଛି ସମୟ ଧରି ଭୂକମ୍ପର ପ୍ରଭାବ ରହିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.0 ରେକର୍ଡ ହୋଇଥିବା ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି । ଅନୁଭୂତ ଭୂକମ୍ପରେ କୌଣସି ଧନଜୀବନ ନଷ୍ଟ ହୋଇ ନାହିଁ । ଭୂକମ୍ପ ଝଟକାରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ବାହାରି ଆସିଥିବା ଦେଖିବାକୁ ମିଳିଥିଲା ।