ଓଡିଶା

odisha

ETV Bharat / bharat

ନେପାଳରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 5.3

ନେପାଳରେ ଅନୁଭୂତ ହେଲା ଭୂମିକମ୍ପର ଝଟକା । ମନେ ପକାଇଦେଲା 2015ରେ ହୋଇଥିବା ଭୟଙ୍କର ଭୂମିକମ୍ପର ଦୃଶ୍ୟ । ଅଧିକ ପଢନ୍ତୁ...

ନେପାଳରେ ଭୂମିକମ୍ପର ଝଟକା
ନେପାଳରେ ଭୂମିକମ୍ପର ଝଟକା

By

Published : May 13, 2020, 3:54 PM IST

କାଠମାଣ୍ଡୁ: ନେପାଳରେ ଭୂମିକମ୍ପର ଝଟକା । ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟମ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 5.3ରେ ମାପ କରାଯାଇଛି । ଜାତୀୟ ଭୂକମ୍ପ କେନ୍ଦ୍ର କହିଛି ଯେ, ରାତି 11 ଟା 53 ସମୟରେ ଏହି ଝଟକା ଅନୁଭୂତ ହୋଇଥିଲା ।

ଏହାର କେନ୍ଦ୍ର ରାଜଧାନୀ କାଠମାଣ୍ଡୁର 180 କିଲୋମିଟର ପୂର୍ବରେ ଥିବା ଡୋଲାଖା ଜିଲ୍ଲାରେ ଥିଲା। ଏହି ଭୂମିକମ୍ପରେ କୌଣସି ଧନ ଜୀବନ ନଷ୍ଟ ହେବାର ଖବର ମିଳିନାହିଁ।

ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା। ଭୂମିକମ୍ପ ହେତୁ ଭୟଭୀତ ହୋଇ ଲୋକମାନେ ରାସ୍ତାକୁ ପଲାଇ ଆସିଥିଲେ । 2015ରେ ହୋଇଥିବା ଭୟଙ୍କର ଭୂମିକମ୍ପରେ 9 ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା । ଯାହା ଏହି ଭୂମିକମ୍ପ ସେହିଦିନର କାଳଦିବସକୁ ମନେପକାଇ ଦେଇଥିଲା ।

ABOUT THE AUTHOR

...view details