ଓଡିଶା

odisha

ETV Bharat / bharat

ଥରିଲା ଦେଶ, ତିନି ସ୍ଥାନରେ ଭୂମିକମ୍ପ - ହିମାଚଳ ପ୍ରଦେଶରେ ଭୂକମ୍ପ

ସକାଳୁ ସକାଳୁ ଆଜି ଦେଶର ତିନି ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । 4 ଘଣ୍ଟା ଭିତରେ ଦେଶର ତିନି ରାଜ୍ୟରେ ଭୂମିକମ୍ପର ଝଟକା ଦେଖିବାକୁ ମିଳିଛି ।

ଥରିଲା ଦେଶ, ତିନି ସ୍ଥାନରେ ଭୂମିକମ୍ପ
ଥରିଲା ଦେଶ, ତିନି ସ୍ଥାନରେ ଭୂମିକମ୍ପ

By

Published : Jul 16, 2020, 8:46 AM IST

Updated : Jul 16, 2020, 9:33 AM IST

ନୂଆଦିଲ୍ଲୀ: ସକାଳୁ ସକାଳୁ ଆଜି ଦେଶର ତିନି ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । 4 ଘଣ୍ଟା ଭିତରେ ଦେଶର ତିନି ରାଜ୍ୟରେ ଭୂମିକମ୍ପର ଝଟକା ଦେଖିବାକୁ ମିଳିଛି । ହିମାଚଳ ପ୍ରଦେଶ ସମେତ ଆସାମ ଓ ଗୁଜୁରାଟରେ ମଧ୍ୟ ଭୂକମ୍ପ ହୋଇଛି । ହିମାଚଳ ପ୍ରଦେଶର ଉନା ଠାରେ ଭୋର 4ଟା 47ରେ ଭୂମିକମ୍ପ ହୋଇଥିବାବେଳେ ଗୁଜୁରାଟରେ ସକାଳ 7ଟା 40 ଓ ଆସାମରେ ସକାଳ 7ଟା 57ରେ ଅନୁଭୂତ ହୋଇଛି ।

ଥରିଲା ଦେଶ, ତିନି ସ୍ଥାନରେ ଭୂମିକମ୍ପ

ହିମାଚଳ ପ୍ରଦେଶରେ ରିକ୍ଟର ସ୍କେଲରେ ତୀବ୍ରତା 2.3 ରହିଥିବାବେଳେ ଗୁଜୁରାଟରେ 4.5 ଓ ଆସାମରେ 4.1 ରହିଛି । ସୂଚନା ଅନୁସାରେ, ଗୁଜୁରାଟର ରାଜକୋଟରେ ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ଆସାମର କରିମଗଞ୍ଜରେ ଭୂକମ୍ପ ହୋଇଛି ।

ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2020, 9:33 AM IST

ABOUT THE AUTHOR

...view details