ଓଡିଶା

odisha

ETV Bharat / bharat

ନିଆଁରେ ଜଳୁଛି ଜଙ୍ଗଲ, ବଢୁଛି ତାପମାତ୍ରା, ବଢୁଛି ବାୟୁ ପ୍ରଦୂଷଣ ଗ୍ଲୋବାଲ ୱାର୍ମିଂ– ଘୋର ଚିନ୍ତାର କାରଣ - ଗ୍ଲୋବାଲ ୱାର୍ମିଂ

ଜଙ୍ଗଲରେ ନିଆଁ ଲାଗିବା ଘଟଣା କିଛି ନୂଆ ନୁହେଁ । ହେଲେ ଏହା ସମଗ୍ର ବିଶ୍ବ ପାଇଁ ମୁଖ୍ୟ ସମସ୍ୟା ଭାବେ ଠିଆ ହୋଇଛି । ଯାହ ଦ୍ବାରା ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଅଧିକ ପଢନ୍ତୁ...

ନିଆଁରେ ଜଳୁଛି ଜଙ୍ଗଲ, ବଢୁଛି ତାପମାତ୍ରା, ବଢୁଛି ବାୟୁ ପ୍ରଦୂଷଣ ଗ୍ଲୋବାଲ ୱାର୍ମିଂ– ଘୋର ଚିନ୍ତାର କାରଣ
ନିଆଁରେ ଜଳୁଛି ଜଙ୍ଗଲ, ବଢୁଛି ତାପମାତ୍ରା, ବଢୁଛି ବାୟୁ ପ୍ରଦୂଷଣ ଗ୍ଲୋବାଲ ୱାର୍ମିଂ– ଘୋର ଚିନ୍ତାର କାରଣ

By

Published : Oct 4, 2020, 1:42 PM IST

ସାରା ବିଶ୍ବ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଛି। ସବୁବେଳେ ସବୁ ସମୟରେ ବିଶ୍ବର କୌଣସି ଭାଗରେ କେଉଁଠି ନା କେଉଁଠି ନିଆଁ ଲାଗିବା, ସାମୁଦ୍ରିକ ଝଡ଼ବାତ୍ୟା, ବନ୍ୟା, ମରୁଡି ବା ଅନ୍ୟ କିଛି ବିପର୍ଯ୍ୟୟ ଲାଗି ରହିଛି ଯାହାକି ମାନବ ସମାଜକୁ କ୍ଷତି ପହଞ୍ଚାଉଛି। ଉପକୂଳରେ ଗ୍ରୀଷ୍ମ ପ୍ରବାହ କାରଣରୁ ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ଉପକୂଳବର୍ତ୍ତୀ 12ଟି ରାଜ୍ୟର ଜଙ୍ଗଲରେ ନିଆଁ ଜଳୁଛି । ସମ୍ପୃକ୍ତ ଅଞ୍ଚଳରେ ସାରା ଆକାଶ ନିଆଁର ଝାସରେ ଭରି ହୋଇଯାଉଛି । ନିଆଁର ଧୂଆଁ କେବଳ ଯେ, ସମ୍ପୃକ୍ତ ଅଞ୍ଚଳରେ 10 କିମି ଯାଏଁ ଉଚ୍ଚତାକୁ ଉଠୁଛି ତାନୁହେଁ, ଏହା ଆମେରିକାର ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ପହଞ୍ଚିଯାଉଛି ଏବଂ ଏହା ବାୟୁ ପ୍ରଦୂଷଣ ସୃଷ୍ଟି କରୁଛି । ଏଯାଏଁ ଯୁକ୍ତରାଷ୍ଟ୍ର ଆମେରିକାର 69 ନିୟୁତ ଏକର ଅଞ୍ଚଳ ନିଆଁରେ ଜଳୁଛି । ଏହାମଧ୍ୟରୁ କେବଳ 33 ନିୟୁତ ଏକର କେବଳ କାଲିଫର୍ଣ୍ଣିଆରେ ଜଳୁଛି । ଉତ୍ତର ମେରୁର ଆଲାସ୍କା ଏବଂ ସାଇବେରିଆରୁ ଦକ୍ଷିଣ ମେରୁରେ ଅଷ୍ଟ୍ରେଲିଆ ଏବଂ ପୂର୍ବରେ ଏସିଆ ଓ ପଶ୍ଚିମର ଆମେରିକୀୟ ପେସିଫିକ ଉପକୂଳ ମଧ୍ୟରେ କେଉଁଠି ନା କେଉଁଠି ଜଙ୍ଗଲରେ ନିଆଁ ଲାଗୁଥିବା ଘଟଣା ବରାବର ଘଟି ଚାଲିଛି ।

ସବୁ ଦେଶ ପାଇଁ ବିପଦ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଭାରତରେ 21.4 ପ୍ରତିଶତ ଜଙ୍ଗଲ ପ୍ରଭାବିତ ହେଉଥିବା ଚିହ୍ନଟ ହୋଇଛି। ଗତବର୍ଷ ଦେଶରେ 29 ହଜାର 547ଟି ଜଙ୍ଗଲ ପୋଡି ଘଟଣା ଘଟିଥିବା ରେକର୍ଡ କରାଯାଇଥିଲା। ଏବର୍ଷ ମେ ମାସରେ ଉତ୍ତରାଖଣ୍ଡରେ ଜଙ୍ଗଲରେ ନିଆଁ ଲାଗିଥିଲା। ସେପ୍ଟେମ୍ବର 1ରେ ଆଫଗାନିସ୍ତାନରେ ଆସିଥିବା ବନ୍ୟାରେ 190 ଜଣଙ୍କର ମୃତ୍ୟୁ ଘଟିଛି। ସେପ୍ଟେମ୍ବର ମାସରେ ବନ୍ୟାରେ ନେପାଳ, ସେନେଗାଲ, ସୁଦାନ, ନାଇଜେରିଆ, କେନିଆ, ବୁର୍କିନା ଫାସୋ, ଘାନା, ପାକିସ୍ତାନ, କାମେରୁନ, ଆଲଜେରିଆ, ଟୁନିସିଆ, ଭିଏତନାମ ଏବଂ ଉଗାଣ୍ଡା ଆଦି ଅନେକ ରାଷ୍ଟ୍ର ପ୍ରଭାବିତ ହୋଇଛନ୍ତି। ଅଗଷ୍ଟ ମାସରେ ଆମ ଦେଶ(ଭାରତ)ରେ ବନ୍ୟାରେ 11ଟି ରାଜ୍ୟ ପ୍ରଭାବିତ ହେବା ସହ 868 ଜଣଙ୍କର ମୃତ୍ୟୁ ଘଟିଥିଲା। ଏପଟେ ଦେଶର ଏକ ପଞ୍ଚମାଂଶ ଅଞ୍ଚଳ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । 5 କୋଟିରୁ ଅଧିକ ଲୋକ ମରୁଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏସବୁ ଚିତ୍ର ଦର୍ଶାଉଛି ଯେ, ପୃଥିବୀ ପୃଷ୍ଠରେ କୌଣସି ରାଷ୍ଟ୍ର ନାହାଁନ୍ତି ଯିଏ କି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନାହାଁନ୍ତି ।

ଏବର୍ଷ କୋଭିଡ ମହାମାରୀ କାରଣରୁ ସାଧାରଣ ଜନଜୀବନ କିଛି ଦିନ ପାଇଁ ଠପ ହୋଇଯାଇଥିବାରୁ ଜଙ୍ଗଲ ଏବ ପିଟଲ୍ୟାଣ୍ଡସ ଜଳିବା କାରଣରୁ ନିର୍ଗତ ହେଉଥିବା କାର୍ବନ ବା ଅଙ୍ଗରକାମ୍ଳ ପରିମାଣ 4ରୁ 7 ପ୍ରତିଶତ ମଧ୍ୟରେ ହ୍ରାସ ପାଇଥିବା ଆଶା କରାଯାଉଛି। ଗ୍ଲୋବାଲ ୱାର୍ମିଂ ରିପୋର୍ଟ ଅନୁଯାୟୀ କାର୍ବନ ନିର୍ଗତ ପରିମାଣ 2010 ତୁଳନାରେ ଯେତିକ ରହିଛି 2030 ଶେଷ ସୁଦ୍ଧା ତାଠାରୁ ଅନ୍ୟୁନ 45 ପ୍ରତିଶତ କମିବା କଥା, କିନ୍ତୁ ଏହି ଲକ୍ଷ୍ୟରେ ପହଞ୍ଚିବା ନେଇ କୌଣସି ଉଦ୍ୟମ କରାଯାଉନାହିଁ । ସରକାର, ଜନସାଧାରଣ ଏବଂ ଗଣମାଧ୍ୟମ କେହି ବି ଏହି ସମସ୍ୟା ସ୍ବୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି । ଆମ ଦେଶରେ 2019ରେ ହୋଇଥିବା ସାଧାରଣ ନିର୍ବାଚନ ବେଳେ କୌଣସି ବି ଦଳ ସେମାନଙ୍କର ନିର୍ବାଚନ ଇସ୍ତାହାରରେ ଏହି ପ୍ରସଙ୍ଗ ଉଲ୍ଲେଖ ବି କରିନାହାଁନ୍ତି। ବିଶ୍ବ ପରିବେଶ ସଂଗଠନ ଦ୍ବାରା 2020 ସେପ୍ଟେମ୍ବରରେ ପ୍ରକାଶିତ ଏକ ରିପୋର୍ଟ ସହିତ ଅନ୍ୟ 6ଟି ପ୍ରମୁଖ ବୈଜ୍ଞାନିକ ପ୍ରତିଷ୍ଠାନ ପ୍ରକାଶ କରିଛନ୍ତି ଯେ, 2424 ସୁଦ୍ଧା ଗ୍ଲୋବାଲ ୱାର୍ମିଂ ସାମୟିକ ଭାବେ 1.5 ଡିଗ୍ରୀ ସେଲସିୟସ ଅତିକ୍ରମ କରିବ। ଖୁବ ଶୀଘ୍ର ଏହା ସ୍ଥାୟୀ ଭାବେ ବଢି ଚାଲିପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଛି। ଜଳବାୟୁ ସଂକଟ ଯୋଗୁଁ 2050 ସୁଦ୍ଧା 120 ବିଲିଅନ ଲୋକ ବାସଚ୍ୟୁତ ହେବେ ବୋଲି ଏମାସରେ ପ୍ରକାଶିତ ଆଉ ଏକ ରିପୋର୍ଟରେ ସ୍ପଷ୍ଟ କରି ଦିଆଯାଇଛି। ଏହାଦ୍ବାରା ସମଗ୍ର ବିଶ୍ବ ସଂକୁଚିତ ହୋଇଯିବାର ସମ୍ଭାବନା ବି ରହିଛି। ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଦେଇ ଯାଉଥିବା ଭୂମଧ୍ୟରେଖାରେ ଅବସ୍ଥିତ ଅଞ୍ଚଳରେ ଭୂଭାଗ ତାପମାତ୍ରା ସ୍ବାଭାବିକ ତାପମାତ୍ରା ତୁଳନାରେ ଯେତେବେଳ 0.5 ଡିଗ୍ରୀ ସେଲସିୟସ ତଳକୁ ଖସି ଆସିବ ତାହାକୁ ‘ଲା ନିନା’ ଏଫେକ୍ଟ କୁହାଯାଏ ଏବଂ ଏହାଦ୍ବାରା ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା ପେସିଫିକ କୋଷ୍ଟରେ ନିଆଁ ଲାଗିବା ଭଳି ସ୍ଥିତି ଉପୁଜିଥାଏ ।

ଚରମ ପାଣିପାଗ ଅବସ୍ଥା

ସ୍ପାନିସ ଶବ୍ଦ 'ଲା ନିନା'ର ଅର୍ଥ ହେଉଛି 'ଲିଟିଲ ଗାର୍ଲ' । ଯେତେବେଳେ ତାପମାତ୍ରା ଅନ୍ୟୁନ 0.5 ଡିଗ୍ରୀ ସେଲସିୟସ ବୃଦ୍ଧି ପାଏ ସେତେବେଳର ଅବସ୍ଥାକୁ 'ଏଲ ନିନୋ' (ଲିଟିଲ ବଏ) କୁହାଯାଏ । ଲା ନିନା ସମୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ଦକ୍ଷିଣ ଏବଂ ପଶ୍ଚିମ ପ୍ୟାସିଫିକୁ ଉପକୂଳକୁ ଶୁଷ୍କ ଓ ଗରମ ପବନ ଏବଂ ଉତ୍ତରକୁ ଥଣ୍ଡା ଏବଂ ଓଦାଳିଆ ପବନ ବୋହିଥାଏ । ଏହାଦ୍ବାରା ପୂର୍ବ ଆଟଲାଣ୍ଟିକ ଉପକୂଳରେ ବଡ଼ ବଡ଼ ଝଡ଼ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ । ଲା ନିନା ହେଉଛି ଏକ ସ୍ବାଭାବିକ ପ୍ରକ୍ରିୟା। କିନ୍ତୁ ପ୍ରମୁଖ ପାଣିପାଗ ବିଜ୍ଞାନୀ ମାଇକେଲ ମାନଙ୍କ କହିବା କଥା ହେଲା, ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଏକସଙ୍ଗରେ ଗରମ ପବନ ବୋହିବ, ଜଙ୍ଗଲରେ ନିଆଁ ଲାଗିବ ଏବଂ ସାମୁଦ୍ରିକ ଝଡ଼ ଆସିବ। ଲା ନିନାର ପ୍ରଭାବରେ ଆମେରିକାର ବିଭିନ୍ନ ଭାଗରେ ଲାଗୁଥିବା ନିଆଁ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାରୁ ଏହା ଗ୍ଲୋବାଲ ୱାର୍ମିଂ ସୃଷ୍ଟି କରୁଛି ଯେଉଁଥିପାଇଁ ତାପମାତ୍ରାରେ ବୃଦ୍ଧି ଘଟୁଛି। କାଲିଫର୍ଣ୍ଣିଆରେ 1970ରେ ବର୍ଷକୁ ଯେଉଁ ପରିମାଣରେ ଜଙ୍ଗଲ ପୋଡୁଥିଲା ଏବେ ତାହା ପାଞ୍ଚଗୁଣ ବଢି ଯାଇଛି। ଏହା ଖରାଦିନେ ଆଠ ଗୁଣ ବୃଦ୍ଧି ପାଉଛି। ତାପମାତ୍ର ବୃଦ୍ଧି ସହ ଗଛ ଏବଂ ଘାସ ଶୁଖିଲା ହୋଇଯିବା କାରଣରୁ ଜଙ୍ଗଲ ପୋଡ଼ିବା ଘଟଣା ବଢିବାରେ ଲାଗିଛି । ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଙ୍ଗଲରେ ଲାଗୁଥିବା ନିଆଁକୁ ଆୟତ୍ତ କରାଯାଇ ପାରୁନଥିବା ବେଳେ ଅନ୍ୟପଟେ ଏ ଅଞ୍ଚଳରୁ ମାତ୍ର କିଛି ଶହ ମାଇଲ ପୂର୍ବରେ କୋଲୋରାଡୋ ଏବ ୟୁମିଙ୍ଗ ଆଦି ସହର ଥିବା ଅଞ୍ଚଳରେ ତାପମାତ୍ରା ସନ୍ଧ୍ୟା 7ଟାରୁ ତା ପରଦିନ ସକାଳ ଯାଏଁ ପ୍ରାୟ 18 ଘଣ୍ଟା ଧରି ତାପମାତ୍ରା କ୍ରମାଗତ ପ୍ରାୟ 33 ଡିଗ୍ରୀ ସେଲସିୟସ ଖସିଆସୁଛି, ଫଳରେ ଦୁଇ ଫୁଟ ଉଚ୍ଚର ବରଫ ଜମି ଯାଉଛି। ଏ ସମୟରେ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବ ଉପକୂଳ ପାଇଁ ୟୁଏସ ପାଣିପାଗ ବିଭାଗ 25ଟି ଝଡ଼ର ପୂର୍ବାନୁମାନ କରିଛି। ଏହା ହିଁ ହେଉଛି ଚରମ ପାଣିପାଗ ଅବସ୍ଥାର ସଙ୍କେତ । କେଉଁଠି ଗ୍ରୀଷ୍ଣ ପ୍ରବାହ ତ ଅନ୍ୟ କେଉଁଠି ତୁଷାରପାତ, ପାଣିପାଗରେ ଏପରି ଚରମ ଅବସ୍ଥା ଓ ଅନିୟମିତତା ଏବେ ନୂଆ ଧାରାରେ ପଡିବାକୁ ଲାଗିଲାଣି!! ସମ୍ପ୍ରତି ଏପରି ଘଟୁଛି ଯାହାଦ୍ବାରା ପୃଥିବୀ ପୃଷ୍ଠର ଭୂସ୍ଥଳର ତାପମାତ୍ରା ପ୍ରାୟ 4 ଡିଗ୍ରୀ ସେଲସିୟସ ହାରରେ ବଢ଼ିବାରେ ଲାଗିଛି। ବୈଜ୍ଞାନିକଙ୍କ ମତରେ, ଯଦି ଏପରି ଘଟେ ତେବେ ଏବେକାର ଜନସଂଖ୍ୟାରେ ମାତ୍ର 10 ପ୍ରତିଶତ ଲୋକ ବଞ୍ଚି ରହିବାରେ ସକ୍ଷମ ହେବେ। କଳ୍ପନା କରି ହେଉନଥିବା ଏପରି ଭୟଙ୍କର ସ୍ଥିତିରୂ ଦୂରେଇ ରହିବା ଲାଗି ସମସ୍ତେ ଆଗେଇ ଆସିବା ଉଚିତ୍। ମଣିଷର ମାତ୍ରାଧିକ କାର୍ଯ୍ୟକଳାପ ଯୋଗୁଁ ପୃଥିବୀ ଧ୍ବଂସ ଆଡ଼କୁ ଯାଉଥିବା ବେଳେ ମଣିଷ ହିଁ ଏହି ମହାବିପଦରୁ ମାନବ ସମାଜକୁ ରକ୍ଷା କରିପାରିବ। ଏଥିପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ ।

ପ୍ରକୃତିର ଚେତାବନୀ ପ୍ରତି ଉଦାସୀନତା...

ବାର ହଜାର ବର୍ଷ ପୂର୍ବେ ମାନନ ସଭ୍ୟତାର ସୃଷ୍ଟି ପାଇଁ ଯେଉଁ ଜଳବାୟୁର ଏତେ ସହଯୋଗ ଓ ଅବଦାନ ରହିଥିଲା ଆଜି ସେହି ଜଳବାୟୁ ମାନବ ସମାଜ ପାଇଁ କାହିଁକି ଏତେ ବିପଜ୍ଜନକ ହୋଇପଡ଼ିଛି? ସବୁ କିଛିକୁ ପ୍ରାକୃତିକ ଘଟଣା ବୋଲି କହିପାରିବା ନାହିଁ, ଜଳବାୟୁ ପରିବର୍ତ୍ତନରେ ଏବେ ଯେଉଁ ପ୍ରକାର ଅସ୍ବାଭାବିକତା ଓ ଅନିୟମିତତା ଦେଖା ଦେଉଛି ସେ ସବୁଥିରେ ମଣିଷର ସଂପୃକ୍ତି ରହୁଛି। ଶହେ ବର୍ଷ ପୂର୍ବେ ଆରହେନିୟସଙ୍କ ଗବେଷଣା ସତର୍କ କରି ଦେଇଥିଲା କି, ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ମାତ୍ରା ବୃଦ୍ଧି ଯୋଗୁଁ ଗ୍ଲୋବାଲ ୱାର୍ମିଂ ସ୍ଥିତି ଉତ୍ପନ୍ନ ହେବ। କିନ୍ତୁ ସାରା ବିଶ୍ବରେ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ଲକ୍ଷ୍ୟ ନେଇ ପ୍ରତିଦ୍ବିଦ୍ବିତା ଜଳବାୟୁକୁ ବିଗାଡିଦେଇଛି । 1988ରେ ଜେମସ ହାନସେନ ଗ୍ଲୋବାଲ ୱାର୍ମିଂ ନେଇ ସତର୍କ କରିବା ପରେ 1990ରେ ପ୍ରଥମ ଆଇପିସିସି (ଜଳବାୟୁ ପରିବର୍ତ୍ତନ ନେଇ ଅନ୍ତଃ ସରକାରୀ କମିଟି) ଗଠିତ ହୋଇଥିଲା। ଗ୍ଲୋବାଲ ୱାର୍ମିଂର ବିପଦ ଏବଂ ଏ ଦିଗର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ପାଇଁ ଜାତିସଂଘ ଉଦ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନଚକ୍ରମାନ କରିବାକୁ ଆଇପିସିସି ରିପୋର୍ଟରେ ସୁପାରିଶ କରାଯାଇଥିଲା। ସେବେଠାରୁ ଆଜିଯାଏଁ ବିଗତ 30 ବର୍ଷ ମଧ୍ୟରେ ପୃଥିବୀ ପୃଷ୍ଠରେ କାର୍ବନ ନିର୍ଗତ ପରିମାଣ 62 ପ୍ରତିଶତ ହୋଇଛି। ଏହା ଅର୍ଥ ଏହାର ଭୟାବହତା ନେଇ ପୂର୍ବାନୁମାନ ସତ୍ତ୍ବେ ବି ଏହାର ମାତ୍ରା ବଢିଛି। ବାୟୁମଣ୍ଡଳରେ ଗ୍ରୀନହାଉସ ଗ୍ୟାସ ସବୁର ମାତ୍ର ବୃଦ୍ଧି ଦ୍ବାରା ପୃଥିବୀ ତାହାର ଶକ୍ତି କ୍ଷେତ୍ରରେ ଭାରସାମ୍ୟ ହରାଉଛି। ଭୂପୃଷ୍ଠର ତାପମାତ୍ରା ବୃଦ୍ଧି 1.5ରୁ 2 ଡିଗ୍ରୀ ସେଲସିୟସ ମଧ୍ୟରେ ସୀମିତ ରଖିବାକୁ ଡିସେମ୍ବର 2015ରେ ସ୍ବାକ୍ଷରିତ ପ୍ୟାରିସ ରାଜିନାମାରେ ରାଷ୍ଟ୍ରସମୂହ ରାଜି ହୋଇଥିଲେ। କିନ୍ତୁ ଏହାକୁ କାର୍ଯ୍ୟକାରୀ ଏବଂ ପାଳନ କରିବାରେ ଅଧିକାଂଶ ରାଷ୍ଟ୍ର ବିଫଳ ହୋଇଛନ୍ତି । ପ୍ରତିବର୍ଷ ନିର୍ଗତ ହେଉଥିବା ଗ୍ୟାସ ମାତ୍ରା ନିୟମିତ ଭାବେ ବଢି ଚାଲିଛି ।

ABOUT THE AUTHOR

...view details