ନୂଆଦିଲ୍ଲୀ: ଚୀନରେ କାୟା ବିସ୍ତାର କରିଥିବା କୋରୋନା ଭାଇରସର ପ୍ରକୋପ ଧିରେ ଧିରେ ବଢିବାକୁ ଲାଗିଛି । ଭାଇରସକୁ ନେଇ ଚୀନ ସମେତ ଅନ୍ୟ ଦେଶ ବି ଆତଙ୍କିତ ହୋଇପଡିଛନ୍ତି । ତେବେ ଚୀନରେ ରହୁଥିବା ଭାରତୀୟଙ୍କୁ ଏହି ଭାଇରସ କବଳରୁ ବଞ୍ଚାଇବା ପାଇଁ ଭାରତୀୟ ଦୂତାବାସ ଚୀନ ସରକାରଙ୍କ ସମ୍ପର୍କରେ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।
କୋରୋନା ଆଲର୍ଟ: ଚୀନ ଯିବ ସ୍ବତନ୍ତ୍ର ବିମାନ, ଆସିବେ ଭାରତୀୟ ଛାତ୍ର - asam
ଚୀନରେ ରହୁଥିବା ଭାରତୀୟଙ୍କୁ କୋରୋନା ଭାଇରସ ଠାରୁ ବଞ୍ଚାଇବା ପାଇଁ ଭାରତୀୟ ଦୂତାବାସ ଚୀନ ସରକାରଙ୍କ ସମ୍ପର୍କରେ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଉହାନ ସହରରେ ରହୁଥିବା ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ଯିବ ସ୍ବତନ୍ତ୍ର ଫ୍ଲାଇଟ । ଅଧିକ ପଢନ୍ତୁ...
ଜୟଶଙ୍କର କହିଛନ୍ତି ଯେ ଚୀନରେ ରହୁଥିବା ଭାରତୀୟଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ । ଖାସ କରି ଉହାନ ସହରରେ ରହୁଥିବା ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବାକୁ ଏକ ବିମାନ ପଠାଇବାର ବ୍ୟବସ୍ଥା ହେଉଛି । ଭାରତ ସରକାର ଏହା ଉପରେ କାମ କରୁଥିବା ବେଳେ ଶୀଘ୍ର କୌଣସି ନା କୌଣସି ସମାଧାନ ଖୋଜି ବାହାର କରାଯିବ ବୋଲି ଜୟଶଙ୍କର ଆଶ୍ବାସନା ଦେଇଛନ୍ତି ।
ଅନ୍ୟପକ୍ଷେ ଭାରତୀୟଙ୍କୁ ଫେରାଇ ଆଣିବାକୁ ଭାରତ ଚୀନ ଅଧିକାରୀଙ୍କ ସମ୍ପର୍କରେ ଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ଭାରତୀୟମାନେ ଚୀନରୁ ଫେରିଆସିବା ପରେ ସେମାନଙ୍କୁ 2 ସପ୍ତାହ ଡାକ୍ତରଙ୍କ ତତ୍ତ୍ବାବଧାନରେ ରଖାଯିବା ସହ ସମସ୍ତ ପ୍ରକାରର ଆବଶ୍ୟକୀୟ ଡାକ୍ତରୀ ସୁବିଧା ଯୋଗାଇ ଦିଆଯିବ ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।