ଓଡିଶା

odisha

ETV Bharat / bharat

ବିଶ୍ୱର କେଉଁ ଦେଶ ସମସ୍ତଙ୍କୁ ନାଗରିକତା ଦେଉଛି ?

ନାଗରିକତା ସଂଶୋଧନ ଆଇନ ଏବଂ ବୈଦେଶିକ ନୀତି ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଭାରତ ସରକାରଙ୍କୁ ସମାଲୋଚନା କରୁଥିବା ଦେଶ ଏବଂ ବ୍ୟକ୍ତିଙ୍କୁ କଡା ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢନ୍ତୁ...

By

Published : Mar 7, 2020, 6:53 PM IST

s-jaishankar
ଏସ ଜୟଶଙ୍କର

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ ଏବଂ ବୈଦେଶିକ ନୀତି ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଭାରତ ସରକାରଙ୍କୁ ସମାଲୋଚନା କରୁଥିବା ଦେଶ ଏବଂ ବ୍ୟକ୍ତିଙ୍କୁ କଡା ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଭାରତର ପ୍ରକୃତ ବନ୍ଧୁ କିଏ ତାହା ଏବେ ଧିରେ ଧିରେ ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି । ଇରାନ ଏବଂ ଆମେରିକାର କିଛି ନେତାଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ଜୟଶଙ୍କର ।

ଭାରତ କ'ଣ ବୈଶ୍ବିକ ସ୍ତରରେ ନିଜ ବନ୍ଧୁଙ୍କୁ ହରାଉଛି କି ବୋଲି ଶନିବାର ଗ୍ଲୋବାଲ ବିଜନେସ ସମ୍ମିଳନୀରେ ଜୟଶଙ୍କରଙ୍କୁ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ ଜୟଙ୍କର କହିଥିଲେ, ଭାରତର ଅସଲି ବନ୍ଧୁ କିଏ ତାହା ବୋଧହୁଏ ଏବେ ଜାଣିବାକୁ ମିଳୁଛି ।

କାର୍ଯ୍ୟକ୍ରମରେ ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ମଧ୍ୟ ନିଜ ମତ ରଖିଛନ୍ତି ଜୟଶଙ୍କର । ସେ କହିଛନ୍ତି, ସରକାରଙ୍କ ନିକଟରେ ନାଗରିକତ୍ବର ସର୍ତ୍ତ ନିର୍ଦ୍ଧାରିତ କରିବାର ଅଧିକାର ରହିଛି । ସିଏଏ ଜରିଆରେ ନାଗରକତ୍ବ ପାଉନଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବ । ଏହାର ପ୍ରସଂଶା କରାଯିବା ଉଚିତ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଦେଶଗୁଡିକ ଯେତେବେଳେ ନାଗରିକତା ଦିଅନ୍ତି, ସେଥିପାଇଁ କେତେକ ନୀତିନିୟମ ଓ ଯୋଗ୍ୟତା ରଖାଯାଇଥାଏ । ବିଶ୍ୱର ଏପରି କୌଣସି ଦେଶନାହିଁ, ଯିଏକି ସମସ୍ତଙ୍କୁ ନାଗରିକତା ଦେଇଥାଏ ।

@ANI

ABOUT THE AUTHOR

...view details