ଓଡିଶା

odisha

ଭାରତରେ ପହଞ୍ଚିବା ପୂର୍ବରୁ ହିନ୍ଦୀରେ ସନ୍ଦେଶ ପଠାଇଲେ ଟ୍ରମ୍ପ

By

Published : Feb 24, 2020, 11:23 AM IST

ଭାରତ ଗସ୍ତକୁ ନେଇ ହିନ୍ଦୀରେ ଟ୍ବିଟ୍‌ କରି ନିଜ ଉତ୍ସୁକତା ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅଧିକ ପଢନ୍ତୁ...

Trump tweet
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆଉ କିଛି ସମୟ ମଧ୍ୟରେ ଅହମଦାବାଦ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ଇତି ମଧ୍ୟରେ ତାଙ୍କର ଏକ ଟ୍ବିଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଏହି ଟ୍ବିଟ୍‌ ସେ ହିନ୍ଦୀରେ ଲେଖିଛନ୍ତି । ଏହି ଟ୍ବିଟରେ ସେ ଭାରତ ଗସ୍ତକୁ ନେଇ ନିଜ ଉତ୍ସୁକତା ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, 'ଭାରତକୁ ଆସିବା ପାଇଁ ମନରେ ବହୁ ଉତ୍କଣ୍ଠା ଭରି ରହିଛି । ଆଉ କିଛି ସମୟ ପରେ ସମସ୍ତଙ୍କୁ ଭେଟିବି ।'

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ସେପଟେ ଟ୍ରମ୍ପଙ୍କ ସହ ଭାରତ ଆସୁଥିବା ଇଭାଙ୍କା ଟ୍ରମ୍ପ ମଧ୍ୟ ଟ୍ବିଟ ଜରିଆରେ ନିଜର ଦ୍ବିତୀୟ ଭାରତ ଗସ୍ତକୁ ନେଇ ଖୁସି ପ୍ରକାଶ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିଜର କିଛି ପୁରୁଣା ଫୋଟ ସେୟାର କରି ଲେଖିଛନ୍ତି, 'ହାଇଦ୍ରାବାଦରେ ଗ୍ଲୋବାଲ ଏଣ୍ଟରପ୍ରେନ୍ୟୋରିୟଲ ସମ୍ମିଳନୀରେ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ହେବାର 2 ବର୍ଷ ପରେ ପୁଣିଥରେ ମୋତେ ଭାରତ ଆସିବାର ସୁଯୋଗ ମିଳିଛି । ଡୋନାଲ୍ଡ ଟ୍ରମ୍ପ ଏବଂ ମେଲେନିଆ ଟ୍ରମ୍ପଙ୍କ ସହ ମୁଁ ପୁଣିଥରେ ଭାରତ ଆସୁଛି ।'

ଇଭାଙ୍କା ଟ୍ରମ୍ପ

ସୂଚନାଯୋଗ୍ୟ ଯେ, ଇଭାଙ୍କା ଟ୍ରମ୍ପ ଏକ ଗ୍ଲୋବାଲ ଇଭେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ହାଇଦ୍ରାବାଦ ଆସିଥିଲେ । ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

@IANS

ABOUT THE AUTHOR

...view details