ଓଡିଶା

odisha

ETV Bharat / bharat

ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିବ 50 ଲକ୍ଷ ଟଙ୍କାର ଜୀବନ ବୀମା - ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

କୋରୋନା କାଳରେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଗୋଆ ସରକାରଙ୍କ ଚିନ୍ତା । ରାଜ୍ୟରେ ଥିବା ପ୍ରତ୍ୟେକ ସ୍ବାସ୍ଥ୍ୟକର୍ମୀଙ୍କ ଜୀବନ ବୀମା ବାବଦକୁ 50 ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ଆଧାରରେ କୋଭିଡ-19ରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟକର୍ମୀ କିମ୍ବା କୋଭିଡ-19 ସମ୍ବନ୍ଧୀୟ କୌଣସି କାରଣରୁ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ 50 ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ ।

ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିବ 50 ଲକ୍ଷ ଟଙ୍କାର ଜୀବନ ବୀମା
ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିବ 50 ଲକ୍ଷ ଟଙ୍କାର ଜୀବନ ବୀମା

By

Published : Sep 13, 2020, 5:29 PM IST

ପାଣାଜୀ: ଦେଶରେ କ୍ରମାଗତ ଭାବରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉଚିତ ପଦକ୍ଷେପମାନ ନେଉଛନ୍ତି । ଏହାରି ଭିତରେ ଗୋଆ ସରକାର ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ଏକ ପ୍ୟାକେଜ ଘୋଷଣା କରିଛନ୍ତି । ଅର୍ଥାତ୍‌ କୋଭିଡ-19ରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଜୀବନ ବୀମା ବାବଦକୁ 50 ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।

ଏନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଏହି ଯୋଜନା ଆଧାରରେ କୋଭିଡ-19ରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟକର୍ମୀ କିମ୍ବା କୋଭିଡ-19 ସମ୍ବନ୍ଧୀୟ କୌଣସି କାରଣରୁ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଜୀବନ ବୀମା ଆଧାରରେ 50 ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ ।

ଏବେ ପର୍ଯ୍ୟନ୍ତ ରାଜ୍ୟରେ ମୋଟ 24,185 କୋଭିଡ ମାମଲା ରହିଥିବାବେଳେ 5,323ଟି ଆକ୍ଟିଭ ମାମଲା ରହିଛି । ଆଜି 740 ନୂଆ କୋଭିଡ ମାମାଲା ଚିହ୍ନଟ ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢିପାରେ ବୋଲି କହିଛନ୍ତି ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରାଣେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details