ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତି ଓ ପରମ୍ପରା ମିଶ୍ରିତ ଏବଂ ବିଭିଧତାଭରା । ଏହି ବିଶାଳ ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ସଂସ୍କୃତିର ଝଲକ ଦେଖାଯାଉ ଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ହିନ୍ଦୁ ସଂସ୍କୃତି ଦେଖିବାକୁ ମିଳିଥାଏ । ତନ୍ମମଧ୍ୟରୁ ପିତୃ ପୁରୁଷଙ୍କୁ ପିଣ୍ଡଦାନ ପରମ୍ପରା ସର୍ବାଗ୍ରେ ରହିଛି । କାରଣ ବିଶ୍ବାସ ରହିଛି, ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ, ପିତୃଲୋକ ସନ୍ତୁଷ୍ଟ ହୁଅନ୍ତି ।
ଏହି ପିଣ୍ଡଦାନ ବର୍ଷକୁ ଥରେ ଶ୍ରାଦ୍ଧ ଦିବସରେ ପ୍ରଦାନ କରାଯାଏ । ଏହା ଏକ ପ୍ରବାହମାନ ପରମ୍ପରା । ବିଶେଷ କରି ପୁତ୍ରମାନେ ଏହି ପିଣ୍ଡଦାନ କରନ୍ତି । ଏହି ପିଣ୍ଡଦାନ ଭାରତର କେତେକ ସ୍ବତନ୍ତ୍ର ସ୍ଥାନରେ କରାଯାଏ । ଗୟା, ବାରଣାସୀ, ହରିଦ୍ବାର, କୋଲକାତାର ହୁଗୁଳି ତୀର ଘାଟ ସମୂହ, ପୁରୀର ମହୋଦଧି, ବାଇଶି ପାହାଚ ଓ ଆହୁରୀ ଅନେକ ପବିତ୍ର ତୀର୍ଥ ରହିଛି ।
ସେଥିମଧ୍ୟରୁ ଗୟା ହେଉଛି ପିଣ୍ଡଦାନ ପାଇଁ ସର୍ବଶ୍ରେଷ୍ଠ ସ୍ଥାନ । ହେଲେ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପୂର୍ବଜଙ୍କ ସ୍ମୃତିକୁ ମନେ ପକାଇବା ପାଇଁ କାହା ପାଖରେ ସମୟ ନାହିଁ । ତାହାକୁ ସଭ୍ୟ ସମାଜ ଗ୍ରହଣ କରୁଥିଲେ ମଧ୍ୟ ଅନେକାଂଶରେ ସମାଲୋଚନାର ଶିକାର ହେଉଛି । ତେବେ ଅଧିଂକାଶ ଏହି ପ୍ରକ୍ରିୟାକୁ ଆପଣାଇ ନେଇଛନ୍ତି । ଏପରିକି ଜୀବିତ ଅବସ୍ଥାରେ କାଳେ ସନ୍ତାନ ପିଣ୍ଡଦାନ ନକରିବ, ଏହା ଆଶଙ୍କା କରି ଅନଲାଇନରେ ହେଉଥିବା ପିଣ୍ଡଦାନର ବୁକିଂ ପ୍ରକ୍ରିୟାରେ ନିଜକୁ ସାମିଲ୍ କରୁଛନ୍ତି ଇଚ୍ଛୁକ ବ୍ୟକ୍ତି ।
ତେବେ ଗୟାରେ ପିଣ୍ଡଦାନକୁ ସହଜ କରିବା ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଇଛି । ଏଥିଲାଗି ରାଜଗିର ଓ ବାରଣାସୀରେ ଶ୍ରଦ୍ଧାଳୁଙ୍କୁ ଛୋଟରୁ ତାରକା ହୋଟେଲ ସହିତ ଯାନବାହନରୁ ସୁବିଧା ଯୋଗାଇ ଦିଆଯାଇଛି । ଏଥିସହ ସହରର ଘାଟି, ପୁଷ୍କରଣୀ ଓ ପିଣ୍ଡବେଦି ସୁନ୍ଦର ଭାବେ ସଜାଯିବା ସହ ସୁସଙ୍ଗଠିତ କରାଯାଇଛି । ଏପରକି ବିଷ୍ଣୁପଦ ମନ୍ଦିର ପରିସରରେ ପିତୃବାଟିକାରେ 40 ହଜାରୁ ଊର୍ଦ୍ଧ୍ବ ଗଛ ଲଗାଯାଇଛି ।