ନୂଆଦିଲ୍ଲୀ: ଇ-କମର୍ସ ସାଇଟ୍ ଫ୍ଲିପକାର୍ଟକୁ ସାମୟିକ ସମୟ ପାଇଁ ବନ୍ଦ ରଖାଯାଇଛି। ତେବେ କୋରୋନା ଭାଇରସର ଭୟାବହତା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ସାଇଟକୁ ଭିଜିଟ୍ କରିବା ସମୟରେ ଏକ ମ୍ୟାସେଜ୍ ଆସୁଛି ଯେ କିଛି ଦିନ ପାଇଁ ଏହାକୁ ବନ୍ଦ କରାଯାଇଛି, ଏହାସହ ବହୁତ ଶୀଘ୍ର ଆମେ ଫେରି ଆସିବୁ।
ଇ-କମର୍ସ ୱେବସାଇଟ୍ ‘ଫ୍ଲିପକାର୍ଟ’ ସେବା ସାମୟିକ ଭାବେ ସ୍ଥଗିତ - କୋରୋନା ଭାଇରସ
କୋରୋନା ଭାଇରସର ଭୟାବହତାକୁ ଲକ୍ଷ୍ୟ କରି ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ସେବାକୁ ସାମୟିକ ଭାବରେ ସ୍ଥଗିତ। ଅଧିକ ଖବର ପଢନ୍ତୁ...
ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ସେବାକୁ ସାମୟିକ ଭାବରେ ସ୍ଥଗିତ
''ଏହା ଏକ ଜଟିଳ ପରିସ୍ଥିତି, ଏହା ପୂର୍ବରୁ ଆଗରୁ କେବେ ଏମିତି ହୋଇନି। ତେଣୁ ସମସ୍ତେ ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ' ବୋଲି ଟ୍ବିଟରେ ଲେଖାଯାଇଛି ।
ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ମୋଦି 22 ତାରିଖରେ ଜନତା କର୍ଫ୍ୟୁ ଗୋଟିଏ ଦିନ ପାଇଁ ଜାରି କରିଥିଲେ। ହେଲେ ଗତକାଲି ପ୍ରଧାନମନ୍ତ୍ରୀ ଅଭିଭାଷଣ ଦେଲା ବେଳେ ଲକଡାଉନକୁ ଏପ୍ରିଲ 14 ପର୍ଯ୍ୟନ୍ତ ଘୁଞ୍ଚେଇ ଦେଇଛନ୍ତି। ଏହି ସମୟରେ ସମସ୍ତ ଅତ୍ୟାବଶକୀୟ ସେବା ଯଥା ମେଡିକାଲ, ଦୁଗ୍ଧ ଓ ତେଜରାତି ଦୋକାନ ଖୋଲା ରହିବ।