ଓଡିଶା

odisha

ETV Bharat / bharat

ଆଜି DUSU ନିର୍ବାଚନ: 52 କେନ୍ଦ୍ରରେ ଭୋଟ ଦେବେ 1.3 ଲକ୍ଷ ଛାତ୍ରଛାତ୍ରୀ - dusu polls all set for election

ଗୁରୁବାର ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଘ(ଡିୟୁଏସୟୁ)ର ନିର୍ବାଚନ । 1.3ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ 52ଟି ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ଚାରି ଗୋଟି ପଦ ନିମନ୍ତେ ଭୋଟ ଗ୍ରହଣ କରାଯିବ । ଆସନ୍ତା 13 ତାରିଖରେ ଫଳାଫଳ ଘୋଷଣା କରାଯିବ ।

ଫାଇଲ ଫଟୋ

By

Published : Sep 12, 2019, 7:07 AM IST

ନୂଆଦିଲ୍ଲୀ: ଆଜି (ଗୁରୁବାର) ଦିଲ୍ଲୀ ୟୁନିଭର୍ସିଟି ଛାତ୍ର ସଂଘ(ଡିୟୁଏସୟୁ)ର ନିର୍ବାଚନ । ଚାରି ଗୋଟି ପଦ ନିମନ୍ତେ ଗୁରୁବାର ଭୋଟ ଗ୍ରହଣ କରାଯିବ । ଆସନ୍ତା 13 ତାରିଖରେ ଫଳାଫଳ ଘୋଷଣା କରାଯିବ । ଏହି ମତଦାନ ପ୍ରକ୍ରିୟାରେ 1.3ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ 52ଟି ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ସମସ୍ତ ଭୋଟିଂ ସେଣ୍ଟରକୁ ଇଭିଏମ୍‌ ମେସିନ ବୁଧବାର କଡା ସୁରକ୍ଷାରେ ପହଞ୍ଚା ଯାଇଥିବା କହିଛନ୍ତି ଦିଲ୍ଲୀ ବିଶ୍ବବିଦ୍ୟାଳୟର ନିର୍ବାଚନ ଅଧିକାରୀ ଅଶୋକ ପ୍ରସାଦ ।

ଚଳିତ ନିର୍ବାଚନରେ କଂଗ୍ରେସ ସମର୍ଥିତ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅଫ ଅଫ ଇଣ୍ଡିଆ(ଏନଏସୟୁଆଇ) ଅଧ୍ୟକ୍ଷ ପଦ ପାଇଁ ଦୀର୍ଘ 11ବର୍ଷ ପରେ ଜଣେ ମହିଳା ପ୍ରାର୍ଥୀ ନିର୍ବାଚନ ମୈଦାନ ଓହ୍ଲାଇଛନ୍ତି । ଚଳିତ ବର୍ଷ ନିର୍ବାଚରେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ 16 ପ୍ରର୍ଥୀଙ୍କ ମଧ୍ୟରୁ କେବଳ 4ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଅଧ୍ୟକ୍ଷ ପଦ ନିମନ୍ତେ ଅଷିତ ଡାହିୟା, ଉପାଧ୍ୟକ୍ଷ ପଦ ପାଇଁ ପ୍ରଦୀପ ତଂୱର, ସଚିବ ପଦ ପାଇଁ ଯୋଗିତ ରାଠି ଓ ସହସଚିବ ପାଇଁ ଶିବାଙ୍ଗୀ ଖେରୱାଲଙ୍କୁ ପ୍ରାର୍ଥୀ କରିଛି ।

ସେହିପରି ଏନଏସୟୁଆଇ ଅଧ୍ୟକ୍ଷ ପଦ ନିମନ୍ତେ ଚେତନା ତ୍ୟାଗୀଙ୍କୁ ପ୍ରାର୍ଥୀ କରିଛି । ଉପାଧ୍ୟକ୍ଷ ପଦ ପାଇଁ ଅଙ୍କିତ ଭାରତୀ, ସଚିବ ପଦ ପାଇଁ ଆଶିଷ ଲାମ୍ବା ଓ ସହସଚିବ ପାଇଁ ଅଭିଷେକ ଚପରାନାଙ୍କୁ ପ୍ରାର୍ଥୀ କରିଛି ।

ଗତ ବର୍ଷ ନିର୍ବାଚନରେ ଏବିଭିପି ତିନି ଗୋଟି ସିଟ୍‌ରେ ବିଜୟ ଲାଭ କରିଥିଲା । ଏନଏସୟୁଆଇକୁ ମାତ୍ର ଗୋଟିଏ ପଦରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

ABOUT THE AUTHOR

...view details