ଓଡିଶା

odisha

ETV Bharat / bharat

ତେହରୀରୁ ଉଠୁନି ଅଳିଆ, ହନ୍ତସନ୍ତ ସାଧାରଣ ଲୋକ - ତେହରୀରୁ ଉଠୁନି ଅଳିଆ

ଉତ୍ତରାଖଣ୍ଡର ପର୍ଯ୍ୟଟନସ୍ଥଳୀ ହେଉଛି ଚମ୍ବା ଜିଲ୍ଲା । ମାତ୍ର ଚମ୍ବା-ଗଙ୍ଗୋତ୍ରୀ ରାଜପଥ କଡ଼ରେ ଗଦା ହେଉଥିବା ଆବର୍ଜନା କାରଣରୁ ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ ପ୍ରଚୁର ମାତ୍ରାରେ ବ୍ୟାପୁଥିବା ଅଭିଯୋଗ ହୋଇଛି । ସେପଟେ ଏହି ଆବର୍ଜନାକୁ ସଫା କରିବା ପାଇଁ ପୁଳାପୁଳା ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଥିବା ନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 19, 2019, 10:11 PM IST

ଡେରାଡୁନ: ଉତ୍ତରାଖଣ୍ଡର ତେହରୀ ଜିଲ୍ଲାର ଚମ୍ବା ଏବଂ ଗଙ୍ଗୋତ୍ରୀ ରାଜପଥ କଡ଼ରେ ଦିନକୁ ଦିନ ଅଳିଆ ଆବର୍ଜନା ଗଦା ହେବାରେ ଲାଗିଛି । ମାତ୍ର ନଗର ନିଗମ ପାଳିକା ଦ୍ବାରା କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଅଞ୍ଚଳରେ ପ୍ରଚୁର ମାତ୍ରା ଦୁର୍ଗନ୍ଧ ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ବାସିନ୍ଦାମାନେ ବାରମ୍ବାର ନଗର ନିଗମ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଜଣାପଡ଼ିଛି ।

ନଗର ନିଗମ ଏହି ଆବର୍ଜନାକୁ ଉଠାଉ ନଥିବା ବେଳେ ନିକଟସ୍ଥ ସହର ଓ ଅଞ୍ଚଳର ଲୋକମାନେ ଏଠାରେ ଆବର୍ଜନା ଗଦା କରୁଥିବା ଦେଖିବାକୁ ମିଳିଛି । ଏହି ଆବର୍ଜନାର ପରିମାଣ ଦିନକୁ ଦିନ ବଢିବାରେ ଲାଗିଛି । ଏହା ସହିତ ଏହି ଆବର୍ଜନା ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ଏଠାରେ ଆବର୍ଜନା ପଡ଼ି ଦୁର୍ଗନ୍ଧ ବ୍ୟାପିବାରେ ଲାଗିଛି ।

ଫଳରେ ଏହା ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ବେଳେ ସେମାନଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ଆବର୍ଜନା ଗଦା ଚମ୍ବା-ଗଙ୍ଗୋତ୍ରୀ ରାଜପଥ କଡ଼ରେ ଗଦା ହୋଇଛି । ଏହି ଦୁର୍ଗନ୍ଧ ବ୍ୟାପିବାରୁ ରାଜପଥରେ ଯିବା ଆସିବା କରୁଥିବା ଲୋକମାନେ ମଧ୍ୟ ନାକ ଟେକି ଯିବା ଆସିବା କରୁଛନ୍ତି । ଏହି ଆବର୍ଜନା ଗଦା ଅଞ୍ଚଳ ପାଇଁ ଲଜ୍ଜାକର ଘଟଣା ବୋଲି ସ୍ଥାନୀୟ ଅଞ୍ଚଳର ବାସିନ୍ଦା ପ୍ରକାଶ କରିଛନ୍ତି ।

ତେବେ ଏହି ଆବର୍ଜନାକୁ ସଫା କରିବା ପାଇଁ ପୂର୍ବରୁ ନଗର ନିଗମ ଅର୍ଥ ମଞ୍ଜୁର କରିସାରିଥିବା ଜଣାପଡ଼ିଛି । ନଗର ନିଗମ ପକ୍ଷରୁ ଏହି ଆବର୍ଜନାକୁ ସଫା କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ପାଖପାଖି 50 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ଏପରିକି ଦୁଇଥର 30 ଲକ୍ଷ ଲେଖାଏଁ ଟଙ୍କା ମଧ୍ୟ ନିଗମ ମଞ୍ଜୁର କରିଥିବା ଜଣାପଡ଼ିଛି । ଏହା ସତ୍ତ୍ବେ ଏହି ଆବର୍ଜନା ସଫା ହେଉନଥିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏନେଇ ଲୋକମାନେ କହିଛନ୍ତି କି, ଆବର୍ଜନା ସଫା କରିବା ନାଁରେ ନିଗମ ଓ ଠିକାଦାରମାନେ ଲକ୍ଷାଧିକ ଟଙ୍କା ଲୁଟିନେଉଥିବା ଜଣାପଡ଼ିଛି । ଏହି ସମସ୍ୟା ଅନେକ ଦିନର ହୋଇଥିବା ବେଳେ ଲୋକମାନେ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏହି ଘଟଣାକୁ ନିଗମ ପକ୍ଷରୁ ନଜର ଅନ୍ଦାଜ କରାଯାଉଥିବା ଲୋକମାନେ କହିଛନ୍ତି ।

ABOUT THE AUTHOR

...view details