ଚଣ୍ଡିଗଡ: ହରିୟାଣା ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ସାକ୍ଷାତକାର କରିଛନ୍ତି। ବିଶେଷ ସୂତ୍ରରୁ ଜଣାପଡିଛ ଯେ, ଦୁଷ୍ୟନ୍ତ ଚାଷୀଙ୍କ ପ୍ରସଙ୍ଗକୁ ନେଇ ରାଜନାଥଙ୍କ ସହିତ ସାକ୍ଷାତ କରିଛନ୍ତି।
ରାଜନାଥଙ୍କୁ ଭେଟିଲେ ହରିୟାଣା ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା - ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶନ୍ତ ଚୌଟାଲା
କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ 17 ଦିନରେ ପହଞ୍ଚିଛି । ଏହି ସମୟରେ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି।

କୃଷକ ପ୍ରସଙ୍ଗରେ ରାଜନାଥଙ୍କୁ ଭେଟିଲେ ହରିୟାଣା ଉପ ମୁଖ୍ୟମନ୍ତ୍ରୀ ଚୌଟାଲା
ସିନ୍ଧୁ ବର୍ଡରରେ କ୍ରମାଗତ ଭାବେ ଅଧିକ ସଂଖ୍ୟାରେ ଚାଷୀ ଏକତ୍ରିତ ହେବାରେ ଲାଗିଛନ୍ତି । ଏହାକୁ ଲକ୍ଷ୍ୟ କରି ସେଠାରେ ସୁରକ୍ଷା ବଳକୁ ମଧ୍ୟ ବୃଦ୍ଧି କରାଯାଇଛି।
ସୂଚନା ମୁତାବକ ଉପମୁଖ୍ୟମନ୍ତ୍ରୀ ଚୌଟାଲା କୃଷକ ପ୍ରସଙ୍ଗ ନେଇ ଆଉ କେତେକ କେନ୍ଦ୍ରମନ୍ତ୍ରୀଙ୍କ ସହିତ ସାକ୍ଷାତ ମଧ୍ୟ କରିପାରନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର ମଧ୍ୟ ଦିଲ୍ଲୀରେ କେତେଜଣ କେନ୍ଦ୍ରମନ୍ତ୍ରୀଙ୍କ ସହିତ ସାକ୍ଷାତକାର କରିସାରିଛନ୍ତି।