ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହିଂସାକୁ ନେଇ ମିଥ୍ୟା ପ୍ରଚାର କାରଣରୁ ରବିବାର କେବଳ 1,880 ଲୋକ ପୋଲିସକୁ ଫୋନ କରି ସହାୟତା ମାଗିଛନ୍ତି । ଏହାସହ 40ଜଣଙ୍କୁ ମିଥ୍ୟା ପ୍ରଚାର ଅଭିଯୋଗରେ ଗିରଫ କରାଯାଇଛି ।
ପିସିଆରକୁ 481, ଦକ୍ଷିଣ-ପୂର୍ବ ଦିଲ୍ଲୀରୁ 413, ଦ୍ବାରିକାରୁ 310, ଦକ୍ଷିଣ ଦିଲ୍ଲୀରୁ 127, ରୋହିଣୀରୁ 168, ଦିଲ୍ଲୀରୁ ବାହାର ଅଞ୍ଚଳରୁ 222, ଉତ୍ତର-ପଶ୍ଚିମ ଦିଲ୍ଲୀରୁ 54, ମଧ୍ୟ ଦିଲ୍ଲୀରୁ 35, ଉତ୍ତର ଦିଲ୍ଲୀରୁ 22, ଉତ୍ତର-ପୂର୍ବ ଦିଲ୍ଲୀରୁ 2ଜଣ ପୋଲିସ ପାଖକୁ ଫୋନ କରିଥିବା ସୂଚନା ଦେଇଛନ୍ତି ପୋଲିସ ଜନସମ୍ପର୍କ ଅଧିକାରୀ ଏମ ଏସ ରନ୍ଧାୱା ।
ଏହାପୂର୍ବରୁ ବରିଷ୍ଠ ପୋଲିସ ଅଧିକାରୀ 3,000ରୁ ଅଧିକ କଲ୍ ଆସିଥିବା ସୂଚନା ଦେଇଥିଲେ । ଅନ୍ୟପକ୍ଷେ ମିଥ୍ୟା ପ୍ରଚାର କରିବା ପରେ ପୋଲିସ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ ଓ ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର ନକରିବାକୁ ଅପିଲ କରିଥିଲେ ।