ଓଡିଶା

odisha

ETV Bharat / bharat

ମହାମାରୀରେ ମହାଦଶା, ଦୁଇ ଓଳି ଖାଦ୍ୟ ପାଇଁ ସମର୍ଥ ୫୫% ପରିବାର - two-time-bread

ସାରା ବିଶ୍ବରେ ମହାମାରୀର ମହାସଙ୍କଟ ଲାଗି ରହିଛି। ବର୍ତ୍ତମାନ ଆସିଥିବା ଏକ ରିପୋର୍ଟ ଅନୁସାରେ ପ୍ରତ୍ୟେକ ଦିନ 55 ପ୍ରତିଶତ ଲୋକ ମାତ୍ର 2 ଓଳି ଖାଦ୍ୟ ସଂଗ୍ରହ କରିବାକୁ ସମର୍ଥ ହେଉଛନ୍ତି।

ମହାମାରୀରେ ମହାଦଶା, ଦୁଇ ଓଳି ଖାଦ୍ୟ ପାଇଁ ସମର୍ଥ ୫୫% ପରିବାର
ମହାମାରୀରେ ମହାଦଶା, ଦୁଇ ଓଳି ଖାଦ୍ୟ ପାଇଁ ସମର୍ଥ ୫୫% ପରିବାର

By

Published : Jul 20, 2020, 12:10 PM IST

ନୂଆଦିଲ୍ଲୀ: ସାରା ବିଶ୍ବରେ ମହାମାରୀର ମହାସଙ୍କଟ ଲାଗି ରହିଛି। ଅଦୃଶ୍ୟ ଭାଇରସ ସହ ଲଢୁଛି ମାନବ ସମାଜ। ତେବେ ପ୍ରତିଷେଧ ବାହାରି ପାରିନଥିବା ବେଳେ ଚାଲିଛି ଦିବାରାତ୍ର ପ୍ରଚେଷ୍ଟା। ଏହି ସମୟରେ ଲୋକଙ୍କ ପରିସ୍ଥିତି, ବେକାରୀ ସମସ୍ୟା, ଭୋକର ତାଡନା ଏକ ଉଗ୍ର ରୂପେ ନେବାକୁ ବସିଲାଣି।

ଶହ ଶହ ଲୋକ ପ୍ରତ୍ୟେକ ଦିନ ଖାଲି ପେଟରେ ଶୋଇବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ଆସିଥିବା ଏକ ରିପୋର୍ଟ ଅନୁସାରେ ପ୍ରତ୍ୟେକ ଦିନ 55 ପ୍ରତିଶତ ଲୋକ ମାତ୍ର 2 ଓଳି ଖାଦ୍ୟ ସଂଗ୍ରହ କରିବାକୁ ସମର୍ଥ ହେଉଛନ୍ତି। ମହାମାରୀ ସମୟରେ ଉତ୍କଟ ସମସ୍ୟା ଉପରେ କରାଯାଇଥିବା ଏକ ସର୍ବେକ୍ଷଣରେ କୁହାଯାଇଛି ଯେ ଏପ୍ରିଲ 1 ରୁ ମେ 15 ମଧ୍ୟରେ 24 ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ 55% ପରିବାର ଦିନକୁ ମାତ୍ର ଦୁଇଥର ଭୋଜନ ପାଇପାରିବେ। ।

ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଏକ ଏନଜିଓ ୱାର୍ଲ୍ଡ ଭିଜନ୍ ଏସିଆ ପାସିଫିକ୍ ଦ୍ବାରା ପ୍ରକାଶିତ 'ଏସିଆର ସବୁଠାରୁ ସମ୍ବେଦନଶୀଳ ତଥ୍ୟ ଉପରେ କୋଭିଡ୍ -19 ର ପ୍ରଭାବର ଏକ ଆକଳନରୁ ଜଣାପଡିଛି ଯେ ଭାରତୀୟ ପରିବାର ଉପରେ ଆର୍ଥିକ, ମାନସିକ ଏବଂ ଶାରୀରିକ ଚାପ ପିଲାମାନଙ୍କ ଉପରେ ପଡିଛି।

ଖାଦ୍ୟ, ପୁଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟ ସେବା, ଅତ୍ୟାବଶ୍ୟକ ଔଷଧ, ସ୍ୱଚ୍ଛତା ଇତ୍ୟାଦି ଏବଂ ଶିଶୁ ଅଧିକାର ଏବଂ ନିରାପତ୍ତା ଭଳି ଦିଗଗୁଡିକ ଏଥିରେ ଅନ୍ତର୍ଭୁକ୍ତ । ଏନେଇ ଅପପୁଷ୍ଟି ଓ ରୋଗ ସଂକ୍ରମଣ ବଢ଼ିଥିବା ଆଶଙ୍କା କରାଯାଉଛି। ସେହିପରି ପରିବାରର ରୋଜଗାର ହ୍ରାସ, ବିଦ୍ୟାଳୟ ବନ୍ଦ, ସଂଗରୋଧ ବ୍ୟବସ୍ଥା ଆଦି ପରିବର୍ତ୍ତିତ ପରିସର ଶିଶୁମାନଙ୍କୁ ଶାରୀରିକ ଦଣ୍ଡ ଏବଂ ମାନସିକ ଅବସାଦକୁ ଟାଣି ଆଣିଛି।

ଦେଶର 5,568 ପରିବାର ଉପରେ କରାଯାଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ସର୍ବେକ୍ଷଣ ସମୟରେ ଜଣାପଡିଛି ଯେ ଅଧିକାଂଶ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି କାରଣରୁ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗରିବ ଲୋକଙ୍କ ପାଇଁ ଜୀବିକା ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଥିଲା।

ABOUT THE AUTHOR

...view details