ଓଡିଶା

odisha

ETV Bharat / bharat

ଲକଡାଉନ ଟିପ୍ସ: ଉପଯୁକ୍ତ ଖାଦ୍ୟ ଖାଆନ୍ତୁ, ସୁସ୍ଥ ରୁହନ୍ତୁ - proper diet

ତେଲ, ମସଲା ଯୁକ୍ତ ଖାଦ୍ୟ ଖାଇବା ଆମ ପାଇଁ କ୍ଷତିକାରକ ହୋଇପାରେ । କୌଣସି ପ୍ରକାର ଶାରୀରିକ କାର୍ଯ୍ୟ କରୁନଥିବାରୁ ହଜମ ପ୍ରକ୍ରିୟାରେ ବିଳମ୍ବ ଘଟିପାରେ । ଅଧିକ ପଢନ୍ତୁ...

ଲକଡାଉନ ଟିପ୍ସ: ଉପଯୁକ୍ତ ଖାଦ୍ୟ ଖାଆନ୍ତୁ, ସୁସ୍ଥ ରୁହନ୍ତୁ
ଲକଡାଉନ ଟିପ୍ସ: ଉପଯୁକ୍ତ ଖାଦ୍ୟ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

By

Published : Apr 11, 2020, 12:35 AM IST

ହାଇଦ୍ରାବାଦ: ଲକଡାଉନରେ ଘରେ ବସିବା ଛଡା ଦ୍ବିତୀୟ ଉପାୟ ନାହିଁ । ଶାରୀରିକ ଭାବେ କୌଣସି ପରିଶ୍ରମ ନାହିଁ । ଏହି ସମୟରେ ଲୋକଙ୍କ ଓଜନ ବଢିବା କିଛି ନୂଆ କଥା ନୁହେଁ । ତେବେ ଶରୀର ବିଗିଡିବାର ମଧ୍ୟ ଅନେକ ସମ୍ଭାବନା ରହିଛି । ତେଣୁ ଏବେ ନିଜ ଶରୀର ଓ ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବା ଜରୁରୀ ।

ଲକଡାଉନରେ ଆପଣ ଘରେ ଥିବା ସାମଗ୍ରୀରେ ସ୍ବାସ୍ଥ୍ୟକର ଡାଏଟ ପ୍ରସ୍ତୁତ କରିପାରିବେ । ଏଥିପାଇଁ ରାଗି ଏକ ଉତ୍ତମ ଉପାୟ । ଏହା ଏପରି ଖାଦ୍ୟଶସ୍ୟ ଯେଉଁଥିରେ ଫିବ୍ରେ ଅଧିକ ପରିମାଣର ଥାଏ । ଏହା ଡାଏବେଟିସ ଓ ଓଜନ ହ୍ରାସରେ ସାହାଯ୍ୟ କରେ । ରାଗି ଦୋସା ବନାଇ ଖାଆନ୍ତୁ । କିଛି ଫଳ କିମ୍ବା ଧଣିଆ ଖାଆନ୍ତୁ । ଏହା ହଜମ କରିବାରେ ସାହାଯ୍ୟ କରିବ । ଏହାସହ ସାମାନ୍ୟ ଫଳ କିମ୍ବା ବିସ୍କୁଟ ଜାତୀୟ ଦ୍ରବ୍ୟ ଗ୍ରହଣ କରନ୍ତୁ ।

ତେଲ, ମସଲା ଯୁକ୍ତ ଖାଦ୍ୟ ଖାଇବା ଆମ ପାଇଁ କ୍ଷତିକାରକ ହୋଇପାରେ । କୌଣସି ପ୍ରକାର ଶାରୀରିକ କାର୍ଯ୍ୟ କରୁନଥିବାରୁ ହଜମ ପ୍ରକ୍ରିୟାରେ ବିଳମ୍ବ ଘଟିପାରେ । ଫଳରେ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ତେଣୁ ଏଥିରୁ ଦୂର ରହନ୍ତୁ । ସ୍ବାସ୍ଥ୍ୟକର ଖାଇବା ଖାଆନ୍ତୁ ।

ସେହିପରି ରାଜମା ଚାୱଲ ଖାଇପାରିବେ । କାରଣ ରାଜମାରେ ପ୍ରୋଟିନ ଅଧିକ ଥାଏ । ଭାତ ସହ ଏହା ଖାଇବା ଦ୍ବାରା କ୍ୟାଲୋରୀ ଅଧିକ ମିଳିଥାଏ । ସାଧାରଣ ଡାଲି ଭାତ କିମ୍ବା ଖେଚେଡି ମଧ୍ୟ ଖାଇପାରିବେ । ବିଭିନ୍ନ ପ୍ରକାର ବ୍ୟଞ୍ଜନ ବଦଳରେ ଡାଲିକୁ ତଡକା କିମ୍ବା ମଖାନି ଭାବେ ବନାଇପାରିବେ ।

ସବୁଠୁ ବଡ କଥା ଡିନର ଖାନା ଶୀଘ୍ର ଖାଇବାକୁ ଚେଷ୍ଟା କରନ୍ତୁ । ଏବେ ଆପଣ ଘରେ ଅଛନ୍ତି । ତେଣୁ ରାତିରେ ଜଲଦି ଖାଆନ୍ତୁ । ଗୋଟିଏ ଦୁଇଟି ରୋଟି, ପରିବା ସନ୍ତୁଳା କିମ୍ବା ତଡକା ବନାଇ ଖାଆନ୍ତୁ । ଭାତ ଖାଉଥିବା ଲୋକ ରାତିରେ ଖେଚେଡି ବନାଇପାରିବେ । ସେହିପରି ଆମିଷରେ ଅଣ୍ଡା ଓମଲେଟ ଖାଆନ୍ତୁ । ମାଛ ତରକାରୀ ଖାଇପାରିବେ । ଚିକେନ, ମଟନଠାରୁ ଦୂରେଇ ରହିବା ଶ୍ରେୟସ୍କର ।

ABOUT THE AUTHOR

...view details