ଓଡିଶା

odisha

ETV Bharat / bharat

ବନ୍ୟା ଧୋଇ ଦେଇଛି ଦଶହରା ଖୁସି

ଲଗାଣ ବର୍ଷା ଫଳରେ ଦେଶରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ବନ୍ୟା ବିପନ୍ନମାନଙ୍କ ପାଇଁ ଚଳିତ ବର୍ଷର ଦଶହରା ସମ୍ପୂର୍ଣ୍ଣ ଭାବେ ଫିକା ପଡ଼ିଛି । ବନ୍ୟା ବିପନ୍ନମାନେ ସର୍ବସ୍ବ ହରାଇବା ପରେ ଏବେ ପ୍ରତିଦିନ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 8, 2019, 11:51 AM IST

ରାଞ୍ଚି: ଦେଶରେ ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ବନ୍ୟା ସିନା ଛାଡ଼ି ଯାଇଛି, ହେଲେ ଦେଇଯାଇଛି ଅସରନ୍ତି ଦୁଃଖ । କେଉଁଠାରେ ନିଜର ଜୀବନଯାକ ପରିଶ୍ରମର ଅର୍ଜିତ ସମ୍ପତି ଧୋଇଯାଇଛି ତ ଆଉ କେଉଁଠି ନିଜ ସମ୍ପର୍କୀୟଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ବନ୍ୟା ବିପନ୍ନ । ତେବେ ଏହି ଜଳ ପ୍ରଳୟ ଧୋଇନେଇଛି ଦଶହରା ଖୁସି ।

ବନ୍ୟା ଛାଡ଼ିଯାଇଛି । ସୁଧୁରୁଛି ଅବସ୍ଥା । ମାତ୍ର ବନ୍ୟା ବିପନ୍ନ ଏବେ ପ୍ରତିଟି ମୁହୂର୍ତ୍ତରେ ଜୀବନ ସହିତ ସଂଗ୍ରାମ ଜାରି ରଖିଛନ୍ତି । ସମଗ୍ର ଦେଶରେ ମାହୋଲ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଝାଡ଼ଖଣ୍ଡର ସାହିବଗଞ୍ଜର ବନ୍ୟା ବିପନ୍ନଙ୍କ ପାଇଁ ଏହା ଫିକା ପଡ଼ିଛି । ସାହିବଗଞ୍ଜର ବନ୍ୟା ବିପନ୍ନମାନେ ଏବେବି ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି । ଦିନକୁ ଦୁଇ ମୁଠା ଖାଇବାକୁ ସେମାନଙ୍କ ନିକଟରେ ନାହିଁ । ପ୍ରତ୍ୟେକ ଦିନ ଜୀବନ ସହିତ ସଂଗ୍ରାମ ଚଳାଇଛନ୍ତି ସେମାନେ । ଏପର୍ଯ୍ୟନ୍ତ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ପ୍ରକାର ସହାୟତା ଯୋଗାଇ ଦିଆଯାଇନଥିବା ବିପନ୍ନମାନେ ଅଭିଯୋଗ କରିଛନ୍ତି ।

ଏଭଳି ଅବସ୍ଥାରେ ସେମାନଙ୍କ ପାଇଁ ପୂଜା ସମ୍ପୂର୍ଣ୍ଣ ଫିକା ପଡ଼ିଛି । ବନ୍ୟାରେ ସର୍ବସ୍ବ ହରାଇବା ପରେ ସେମାନେ ବର୍ତ୍ତମାନ ସଂଘର୍ଷମୟ ଜୀବନ ବିତାଉଛନ୍ତି । ଏନେଇ ଗ୍ରାମବାସୀମାନେ କହିଛନ୍ତି ବର୍ତ୍ତମାନ ମଧ୍ୟ ଗ୍ରାମର ଅନେକ ସ୍ଥାନ ବନ୍ୟା ଜଳରେ ରହିଛି । ଗ୍ରାମର ସ୍କୁଲ ଏବଂ ନିକଟସ୍ଥ ରାମପୁର ପଞ୍ଚାୟତ ମଧ୍ୟ ବନ୍ୟା ଜଳ ଘେରରେ ରହିଛି । ଫଳରେ ସେଠାରୁ ଉଚ୍ଚସ୍ଥାନକୁ ଚାଲି ଆସିଛନ୍ତି ବୋଲି ଗ୍ରାମବାସୀ କହିଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ନିକଟରେ ପ୍ରଶାସନ ତାଙ୍କ ନିକଟରେ ପହଞ୍ଚି ନଥିବା ସେ ଅଭିଯୋଗ କରିଛନ୍ତି ।

ସୂଚନା ଯୋଗ୍ୟ ସାହିବଗଞ୍ଜ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ପୁରା ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଥିଲା । ଏପରିକି ସେଠାରେ ଥିବା ନବୋଦୟ ସ୍କୁଲ ମଧ୍ୟ ଜଳମଗ୍ନ ହୋଇ ପଡ଼ିଥିଲା । ଫଳରେ ଉକ୍ତ ସ୍ଥାନର ବାସିନ୍ଦାମାନେ ଉଚ୍ଚ ସ୍ଥାନକୁ ଚାଲିଯାଇଥିଲେ । ସେମାନେ ପାଖାପାଖି ଏକ ମାସ ହେବ ଉଚ୍ଚାସ୍ଥାନରେ ବସବାସ କରି ଆସୁଛନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କ ପକ୍ଷରେ ଦଶହରା ପାଳନ କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି ।

ABOUT THE AUTHOR

...view details