ରାୟପୁର: ଆମ ଭାରତୀୟ ଯବାନ ଶତ୍ରୁଙ୍କ ପାଇଁ ଏକ ଖଣ୍ଡା ହେଲେ ସାଧାରଣ ଲୋକଙ୍କ ପାଇଁ ସେମାନେ ଏକ କୋମଳ ପୁଷ୍ପ । ଯିଏ ଶତ୍ରୁର ଦେହରୁ ମୁଣ୍ଡକୁ ଅଲଗା କରି ପାରେ ସେହି ଯବାନ ଗର୍ଭବତୀଙ୍କ ପ୍ରସବ ବି ନିଜ କ୍ୟାମ୍ପରେ କରାଇ ପାରେ । ଏପରି ଏକ ମାନବିକତାର ଜଳ୍ବନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଛତିଶଗଡ ସିଆରପିଏଫ 231 ବଟାଲିୟନର ଯବାନମାନେ ।
ଛତିଶଗଡର ଏକ ଅପହଞ୍ଚ ଗାଁ କୋଣ୍ଡାସାଓ୍ବଲି । ସେଠାରେ ରହୁଥିବା ସୋନିଙ୍କୁ ଗତ ଶୁକ୍ରବାର ଦିନ ସନ୍ଧ୍ୟାରେ ପ୍ରସବ ବେଦନା ହୋଇଥିଲା । ସେହି ଗାଁରେ ଥିବା ସିରଆପିଏଫ 231 ବଟାଲିୟନର ଯବାନଙ୍କୁ ଏହି ସୂଚନା ମିଳିବା ପରେ ସିଓ ଜିତେନ୍ଦ୍ର ଯାଦବ ଯବାନଙ୍କୁ ସାହାଯ୍ୟ କରିବାକୁ ଆଦେଶ ଦେଇଥିଲେ । ପ୍ରବଳ ବର୍ଷା ମଧ୍ୟରେ ଯବାନମାନେ ପ୍ରସୂତିଙ୍କୁ ଖଟରେ ନେଇ ବାଟାଲିୟନ ଅମ୍ପୁଲାନ୍ସରେ ପହଞ୍ଚାଇଥିଲେ ଓ ଏହାପରେ ହସ୍ପିଟାଲ ନେଉଥିଲେ । କିନ୍ତୁ ରାସ୍ତାରେ ଭୂସ୍ଖଳନ ହେଉଥିବାରୁ ଆମ୍ପୁଲାନ୍ସ ଆଉ ଆଗକୁ ଯାଇ ପାରିଲା ନାହିଁ । ମହିଳାଙ୍କ ପ୍ରସବ ପୀଡା ଦେଖି ତୁରନ୍ତ ଯବାନମାନେ ଗର୍ଭବତୀଙ୍କୁ କୋଣ୍ଡାସାଓ୍ବଲି କ୍ୟାମ୍ପ ନେଇ ଯାଇଥି୍ଲେ । ସେଠାରେ ବାଟାଲିୟନର ଡାକ୍ତର ସୁରକ୍ଷିତ ପ୍ରସବ କରାଇଥିଲେ ।