ଥିରୁଅନନ୍ତପୁରମ: କେରଳରେ କାଚୁଛି ବର୍ଷା । ନିର୍ଦ୍ଧୁମ ବର୍ଷାରେ ବେହାଲ ସମଗ୍ର ରାଜ୍ୟ । ତେବେ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୋମବାର ରାଜ୍ୟର କେତେକ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା ହୋଇଛି । କନ୍ନୁର, କଶରଗୋଡ ଓ କୋଟିୟାମ ଅଞ୍ଚଳରେ ସରକାରୀ ଛୁଟି ଘୋଷଣା କରିଛନ୍ତି ସରକାର ।
ପ୍ରବଳ ବର୍ଷାରେ ବେହାଲ କେରଳ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
କେରଳରେ ପ୍ରବଳ ବର୍ଷୁଛି ବର୍ଷା । ବର୍ଷାରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ କେତେକ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ସରକାର ଛୁଟି ଘୋଷଣା କରିଛନ୍ତି ।
ଉତ୍ତର-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିବାବେଳେ କେତେକ ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି । ଏଥିସହ ପ୍ରବଳ ବର୍ଷା ଯୋଗୁ 4ଟି ଡ୍ୟାମକୁ ଖୋଲି ଦିଆଯାଇଥିବାବେଳେ ସରକାରୀସ୍ତରରେ ରାଜ୍ୟରେ ରିଲିଫ କ୍ୟାମ୍ପ ସ୍ଥାପନା କରାଯାଇଛି ।
ଲଗାଣ ବର୍ଷାରେ ଜଳସ୍ତର ବୃଦ୍ଧି ପାଉଥିବା ନେଇ ଇଡ୍ଡୁ଼କିର ମଲନକର ଡ୍ୟାମ ଓ ଏର୍ଣ୍ଣାକୁଲାମ ଅଞ୍ଚଳର 9ଟି ଗେଟ ଖୋଲାଯିବା ସହ ପମବା ଡ୍ୟାମକୁ ଜୁଲାଇ 19ରେ ଖୋଲାଯାଇଥିଲା । ସ୍ଥାନୀୟ କର୍ତ୍ତପକ୍ଷଙ୍କ ପକ୍ଷରୁ ଗତ ଶନିବାର ଆଲର୍ଟ ଜାରି ହୋଇଥିଲା । ତେବେ ଭାରତୀୟ ପାଣିପାଗର ସୂଚନା ପରେ ଉପକୂଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତିରତ କରାଯାଇଛି ।