ବେଙ୍ଗାଲୁରୁ: ମହୀଶୁର ଦଶହରା ପୂଜା କର୍ଣ୍ଣାଟକର ଏକ ବଡ ପର୍ବ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ସବୁକିଛି ଫିକା ପଡିଯାଇଛି । ଦଶହରାର ସବୁଠୁ ବଡ ଆକର୍ଷଣ ଜମ୍ବୋ ଶବାରୀ ପ୍ରୋସେସନ ପ୍ରତିବର୍ଷ 5 କିଲୋମିଟର ଦୂର ପର୍ଯ୍ୟନ୍ତ କରାଯାଇଥାଏ, ହେଲେ ଏଥର ମାତ୍ର 500 ମିଟର ମଧ୍ୟରେ ଅନୁଷ୍ଠିତ କରାଯାଉଛି, ଯାହା 30 ମିନିଟ ମଧ୍ୟରେ ଶେଷ ହୋଇଯିବ ।
ପ୍ରତିବର୍ଷ ରାଜ୍ୟ ସରକାରଙ୍କ ଦାୟିତ୍ବରେ ରାଜ୍ୟରେ ଦଶହରା ଧୁମ୍ ଧାମରେ ଅନୁଷ୍ଠିତ ହୁଏ । କିନ୍ତୁ ଏଥର ଅତି ବେଶିରେ 300 ଲୋକଙ୍କୁ ପୂଜା ମଣ୍ଡପକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ସେହିପରି ଜମ୍ବୋ ସବାରୀ ମଧ୍ୟ ଫିକା ପଡିଛି । 2002-03 ମସିହାର ପୁରା 17 ବର୍ଷ ମଧ୍ୟରେ ଦୁର୍ଗାପୂଜାରେ ଜମ୍ବୋ ଶବାରୀ ପ୍ରୋସେସନ୍ ଦୂରତା କମିନଥିଲା କି ଦଶହରା ଏତେ କମ ଲୋକଙ୍କୁ ନେଇ ଅନୁଷ୍ଠିତ ହୋଇନଥିଲା ।