ନୂଆଦିଲ୍ଲୀ: ରାଜଧାନୀର ମେଟ୍ରୋ ଟ୍ରେନରେ ଦେଖାଯାଇଛି ଯାନ୍ତ୍ରିକ ତ୍ରୁଟି । ଏହି କାରଣରୁ ଦିଲ୍ଲୀ ମେଟ୍ରୋ ଟ୍ରେନ ବିଳମ୍ବରେ ଚାଲୁଥିବାରୁ ଯାତ୍ରୀଙ୍କ ସମସ୍ୟା ବଢିଛି । କୁତୁବ ମିନାରରୁ ନେଇ ସୁଲତାନପୁର ମେଟ୍ରୋ ଷ୍ଟେସନ ମଧ୍ୟରେ ଥିବା ତ୍ରୁଟି କାରଣରୁ ୟେଲୋ ଲାଇନର ଅନେକ ମେଟ୍ରୋ ଷ୍ଟେସନରେ ଯାତ୍ରୀଙ୍କ ଭିଡ ଲାଗିଛି ।
ଅଧାରେ ଅଟିକିଲା ମେଟ୍ରୋ, ଫସି ରହିଲେ ଯାତ୍ରୀ - ମେଟ୍ରୋ
ଓଭରହେଡ ତାର ଛିଣ୍ଡିବା କାରଣରୁ ଅଧାରେ ଅଟକିଲା ମେଟ୍ରୋ । ଯାତ୍ରୀଙ୍କୁ ଏମରଜେନ୍ସି ଗେଟ ସହାୟତାରେ ବାହାରକୁ ବାହାର କରାଯାଇଛି ।
ପ୍ରତିକାତ୍ମକ ଫଟୋ
ଓଭରହେଡ ତାର ଛିଣ୍ଡିବା କାରଣରୁ ମେଟ୍ରୋଟି ଅଧାବାଟରେ ଅଟକି ଯାଇଛି । ଯାତ୍ରୀଙ୍କୁ ଏମରଜେନ୍ସି ଗେଟ ସହାୟତାରେ ବାହାରକୁ ବାହାର କରାଯାଇଛି । ଏହାକୁ ନେଇ ଡିଏମାରସି ପକ୍ଷରୁ ଟ୍ବିଟ କରି ଅବଗତ କରିଥିଲେ ।
ତେବେ ୟଲୋ ଲାଇନରେ ସକାଳ 9ଟା 30ରୁ ଏହି ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ବାଦଲିରୁ ଆସୁଥିବା ମେଟ୍ରୋ ସୁଲତାନପୁର ଷ୍ଟେସନ ପହଞ୍ଚିବା ପୂର୍ବରୁ ହିଁ ଓଭରହେଡ ତାର କଟି ଯିବାରୁ ବିଜୁଳି ସଂଯୋଗ କଟିଯାଇଥିଲା । ଆଉ ମେଟ୍ରୋ ଅଟକି ଯାଇଥିଲା ।