ନୂଆଦିଲ୍ଲୀ: କୋଭିଡ ମୁକାବିଲାରେ ହାତ ବଢାଇଲା ଦିଲ୍ଲୀ ଶିଖ ଗୁରୁଦ୍ବାର ପରିଚାଳନା କମିଟି । ଗୁରୁ ହର କୃଷ୍ଣ ସାହେବ ଜୀଙ୍କ ପ୍ରକାଶ ପୁରବ ଉତ୍ସବର କୋଭିଡ ଆକ୍ରାନ୍ତଙ୍କୁ ଯୋଗାଇବେ ମାଗାଣା ଆମ୍ବୁଲାନ୍ସ ସେବା ।ଡିଏସଜିଏମସି ର ଅଧ୍ୟକ୍ଷ ମଞ୍ଜିନ୍ଦର ସିଂ ସିର୍ସା ଏକ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଥିଲେ । ରାଜଧାନୀର ବିଭିନ୍ନ ସ୍ଥାନରେ 12ଟି ଆମ୍ବୁଲାନ୍ସ ରଖାଯିବ ।
ଆଗକୁ ଆବଶ୍ୟକ ପଡିଲେ, ଆହୁରି ସେବା ଯୋଗାଇ ଦିଆଯିବ । ବର୍ତ୍ତମାନ ଏହି 12 ଆମ୍ବୁଲାନ୍ସରେ ସମସ୍ତ ପ୍ରକାରର ସୁବିଧା ରହିଛି । ଏହି ସୁବିଧା କୋଭିଡ-19 ବିରୋଧରେ ଜାରି ଲଢେଇକୁ ଜିତିବା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ଆବଶ୍ୟକ ଥିବା ଲୋକମାନେ ଗୁରୁଦ୍ବାର ନିକଟକୁ ଆସିବେ । ଏହାର ସମସ୍ତ ସୂଚନା ସୋସିଆଲ ମିଡିଆରେ ଦିଆଯାଇଛି । ଡ୍ରାଇଭର ଏବଂ ୱାର୍ଡ ବାଳକମାନେ ପିପିଏ ପିନ୍ଧିବେ। ଆମ୍ବୁଲାନ୍ସ 24 * 7 ମାଗଣା ଉପଲବ୍ଧ ହେବ।