ନୂଆଦିଲ୍ଲୀ: 'ସେପଟେ ଚାଲିଥିଲା ଗଣତନ୍ତ୍ର ଦିବସର ପରେଡ । ଆଉ ଅଚାନକ ଲାଲକିଲା ଭିତରକୁ ପଶି ଆସିଥିଲେ ଉପଦ୍ରବୀ । ମଦ୍ୟପାନ କରିଥିବା ଏହି ଆନ୍ଦୋଳନକାରୀ ଖଣ୍ଡା, ଲାଠି ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଧରି ସୁରକ୍ଷାକର୍ମୀଙ୍କ ଉପରେ କରିଥିଲେ ଅତର୍କିତ ଆକ୍ରମଣ । ଧିରେ ଧରେ ବିଗିଡି ଚାଲିଥିଲା ସ୍ଥିତି । ଏହି ହିସାଂକୁ ରୋକିବା ବଡ କଷ୍ଟକର ହୋଇପଡିଥିଲା ।’ ଏହି ଛାତିଥରା ବୟାନ ଦେଇଛନ୍ତି ଦିଲ୍ଲୀର ଟ୍ରାକ୍ଟର ହିଂସା ସମୟରେ ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଉତ୍ତର ଦିଲ୍ଲୀ ଡିସିପି ସନ୍ଦୀପ ।
'ମଦ ପିଇ ମାଡି ଆସିଥିଲେ ପ୍ରଦର୍ଶନକାରୀ, ଖଣ୍ଡାରେ କରିଥିଲେ ଅତର୍କିତ ଆକ୍ରମଣ' - delhi violance
ଆନ୍ଦୋଳନକାରୀ ଖଣ୍ଡା, ଲାଠି ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଧରି ସୁରକ୍ଷାକର୍ମୀଙ୍କ ଉପରେ କରିଥିଲେ ଅତର୍କିତ ଆକ୍ରମଣ । ଧିରେ ଧରେ ବିଗିଡି ଚାଲିଥିଲା ସ୍ଥିତି । ଅଧିକ ପଢନ୍ତୁ...
ପୋଲିସ ଠାରୁ ଶାନ୍ତିଶୃଙ୍ଖଳାରେ ରାଲି କରିବାର ଅନୁମତି ନେଇ ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ରାଜପଥରେ ଦୀର୍ଘ ଘଣ୍ଟା ଧରି ହଙ୍ଗାମା ଓ ହିଂସା ପ୍ରଦର୍ଶନ କରିଥିଲେ ଆନ୍ଦୋଳନକାରୀ । କେଉଁଠି ପଥରମାଡ ତ ଆଉ କେଉଁଠି ପୋଲିସ ଉପରକୁ ଟ୍ରାକ୍ଟର ଚଢାଇଦେବାକୁ କରାଯାଇଥିଲା ପ୍ରୟାସ । ଏତିକିରେ ଥମିନଥିଲା ଆନ୍ଦୋଳନକାରୀଙ୍କ ଆକ୍ରୋଶ । ଲାଲକିଲାରେ ପୋଲିସକୁ ଲାଠି ପ୍ରହାର କରିବାକୁ ମଧ୍ୟ ପଛାଇନଥିଲେ ଏହି ଉପଦ୍ରବୀମାନେ ।
ଫଳରେ 300ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଗୁରୁତର ଅବସ୍ଥାରେ ଅଛନ୍ତି । ଆନ୍ଦୋଳନକାରୀମାନେ 8ଟି ଡିଟିସି ବସ, 300 ବ୍ୟାରିକେଡ, 4ଟି କଣ୍ଟେନର ଓ 17 ଟି ସରକାରୀ ଗାଡିକୁ ଭାଙ୍ଗି ଦେଇଥିଲେ । ଲାଲକିଲାରେ ଉଡୁଥିବା ଦେଶର ଗର୍ବ ଆଉ ଗୌରବର ପ୍ରତୀକ ତ୍ରିରଙ୍ଗାକୁ ଫିଙ୍ଗି ଏମାନେ ଉଡାଇଥିଲେ ନିଜ ସଂଗଠନର ଧ୍ବଜା ।