ଓଡିଶା

odisha

ETV Bharat / bharat

ଲକଡାଉନ ଉଲ୍ଲଂଘନକାରୀଙ୍କ ଉପରେ ଡ୍ରୋନର କଡା ନଜର

ଲକଡାଉନକୁ ଆହୁରି କଡ଼ାକଡି କରିବା ପାଇଁ ବେଙ୍ଗାଲୁରୁ ପୋଲିସ ଡ୍ରୋନ ବ୍ୟବାହର କରିଛି । ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଲୋକ ଏବଂ ଯାନବାହନ ଚଳାଚଳ ଯାଞ୍ଚ ପାଇଁ ଡ୍ରୋନ୍ ବ୍ୟବହାର କରାଯାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Apr 8, 2020, 8:17 PM IST

ଲକଡାଉନ ଉଲ୍ଲଂଘନକାରୀଙ୍କ ଉପରେ ଡ୍ରୋନର କଡା ନଜର
ଲକଡାଉନ ଉଲ୍ଲଂଘନକାରୀଙ୍କ ଉପରେ ଡ୍ରୋନର କଡା ନଜର

ବେଙ୍ଗାଲୁରୁ: ଏଣିକି ଲକଡାଉନ୍ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଚିହ୍ନଟ କରିବ ଡ୍ରୋନ । ଜନସାଧାରଣ ଏବଂ ଯାନବାହାନ ଉପରେ ନଜର ରଖିବା ପାଇଁ ବେଙ୍ଗାଲୁରୁ ସିଟି ପୋଲିସ ଡ୍ରୋନ୍ ବ୍ୟବହାର କରିଛି । କୋଭିଡ୍-19 ଲକଡାଉନ୍ ମଧ୍ୟରେ ଉତ୍ତମ ମନିଟରିଂ ଏବଂ ପୋଲିସ ଫୋର୍ସର ଉତ୍ତମ ସହାୟତା ପାଇଁ ଏହି ଡ୍ରୋନକୁ ବ୍ୟବହାର କରାଯାଉଛି | ବୁଧବାର ଜଣେ ଅଧିକାରୀ ଏହାର ସୂଚନା ଦେଇଛନ୍ତି ।

ବେଙ୍ଗାଲୁରୁର ଦକ୍ଷିଣ ଡେପୁଟି କମିଶନର ରୋହିଣୀ କାଟୋଚ୍ ଟ୍ବିଟ୍ କରିଛନ୍ତି ଯେ, ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଲୋକ ଏବଂ ଯାନବାହନ ଚଳାଚଳ ଯାଞ୍ଚ ପାଇଁ ଡ୍ରୋନ୍ ବ୍ୟବହାର କରାଯାଉଛି । ଆଉ ସବୁଠୁ ବଡ଼ କଥା ହେଲା ସହରରେ ପ୍ରଥମ ଥର ପାଇଁ ଏହି ଡ୍ରୋନ୍ ବ୍ୟବହାର କରାଯାଉଛି ।

@IANS

ABOUT THE AUTHOR

...view details