ସିମଲା: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ବାସ ଭବନ ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ । ହିମାଚଳ ପ୍ରଦେଶର ଧର୍ମଶାଳା ସ୍ଥିତ ତାଙ୍କ ବାସ ଭବନ ନିକଟରେ ସୋମବାର ଏକ ସନ୍ଦିଗ୍ଧ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା ।
ଡ୍ରୋନଟି ମନ୍ଦିର ଏବଂ ଆଖପାଖ ଅଞ୍ଚଳର ଫଟୋ ଉତ୍ତୋଳନ କରିଥିବା ସୂଚନା ମିଳିଛି । ତେବେ ସୂଚନା ପାଇବା ମାତ୍ରେ ମେକଲିଓଡ ଗଞ୍ଜ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରୋନକୁ ଜବତ କରିଥିଲା । ତଦନ୍ତ ପାଇଁ ଡ୍ରୋନଟିକୁ ଫରେନସିକ ଲାବ ପଠାଯାଇଛି ।